Only for Entertainment

ଲିକ ହେଲା କଙ୍ଗନା ରଣାୱତ ଷ୍ଟାରର ମଣିକର୍ଣ୍ଣିକା ।

indian express
32

ଗୋଟିଏ ପାଶ୍ୱର୍ରେ ଫିଲ୍ମ ମଣିକର୍ଣ୍ଣିକା ଖୁବ ଭଲ ଇନକମ କରୁଥିବା ବେଳେ ଏବେ ଏହାକୁ ନେଇ ଆସିଛି ଖରାପ ଖବର । ଖବର ମୁତାବ୍ ଫିଲ୍ମ ମଣିକର୍ଣ୍ଣିକା ତାମିଲରକର୍ସ ନୋଟରିଅସ ପିରାସୀ ସାଇଟରେ ଲିକ ହୋଇଛି । ଅବଶ୍ୟ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାଭଳି କଥା ନାହିଁ କାରଣ ଏହା ପୂର୍ବରୁ ବିକ୍କି କୌଶଲଙ୍କ ଉରି ମଧ୍ୟ ଲିକ ହୋଇଥିଲା, ଯାହାକୁ ଅନଲାଇନରେ ଏହି ସାଇଟ ଅପଲୋଡ କରିଥିଲା । ଯାହାପରେ ଏହା କୋର୍ଟରୁ ୱାର୍ଣ୍ଣିଂ ମଧ୍ୟ ପାଇଥିଲା ।

ନିକଟ ଅତୀତରେ ରିଲିଜ ହୋଇଥିବା ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର, ପେଟା ଏବଂ ବିଶ୍ୱାସମ ସହିତ ମଧ୍ୟ କିଛି ସେହିଭଳି ହୋଇଥିଲା । କେବଳ ଏହା ଭାରତୀୟ ଫିଲ୍ମ ସହିତ ନୁହେଁ ବରଂ ଜସୋସ ମମୋଆ ଷ୍ଟାରର ହଲିଉଡ ଫିଲ୍ମ ଆକ୍ୱାମ୍ୟାନ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା ।

ସବୁଠାରୁ ଖାସ କଥା ହେଉଛି ଫିଲ୍ମ ଲିକ ହେବା ପରେ ମଧ୍ୟ ଲୋକମାନେ ଏହି ବାସ୍ତବ ଡ୍ରାମା ଫିଲ୍ମ ଦେଖିବା ପାଇଁ ଥିଏଟର ଯାଉଛନ୍ତି । ତେବେ ଏହା ପଛର କାରଣ ହେଉଛି ଟିମ ସଦସ୍ୟଙ୍କ କଠିନ ପରିଶ୍ରମ ଏବଂ ତାଙ୍କ ସଫଳତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More