Only for Entertainment

ମଣିକର୍ଣ୍ଣିକାର ଆଉ ଏକ ପୋଷ୍ଟର ରିଲିଜ , ଗାନ୍ଧୀ ଜୟନ୍ତୀରେ ରିଲିଜ ହେବ ଟିଜର !

Scroll
0 31

ବଲିିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନୁଆ ଫିଲ୍ମ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସୀ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରକୁ ଦେଖିଲେ ଆପଣ ନିଶ୍ଚୟ ଅନୁମାନ ଲଗାଇ ପାରୁଥିବେ ଯେ ଏହି ଫିଲ୍ମରେ କଙ୍ଗନା କିଭଳି ଦମଦାର ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ଝାନ୍ସୀରେ ରାଣୀ ଲକ୍ଷ୍ମୀବାଇଙ୍କ ଜୀବନୀ ଉପରେ ଆଧାରିତ । ମିଳିଥିବା ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମର ଟିଜର ଗାନ୍ଧୀ ଜୟନ୍ତୀ ତଥା ୨ଅକ୍ଟୋବରରେ ପରଦାରେ ରିଲିଜ ହେବ । ଟିଜର ରିଲିଜ ହେବା ପୂର୍ବରୁ ଫିଲ୍ମମେକର୍ସ ଆଉ ଏକ ପୋଷ୍ଟର ରିଲିଜ କରିଛନ୍ତି । ଏହି ପୋଷ୍ଟରରେ ଶତ୍ରୁକୁ ଆକ୍ରମଣ କଲା ସମୟର କଙ୍ଗନାଙ୍କ ଦମଦାର ରୂପ ଦେଖିବାକୁ ମିଳିଛି । ଏହି ପୋଷ୍ଟରକୁ ଦର୍ଶକ ଖୁବ ମାତ୍ରାରେ ପସନ୍ଦ କରିଛନ୍ତି । କଙ୍ଗନା ଏହି ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି ଏବଂ ସେ କୌଣସି ରୂପେ ଫିଲ୍ମରେ କିଛି କମ୍ ରଖିବାକୁ ଚାହୁ ନାହାନ୍ତି । ଖବର ମୁତାବକ ଏହି ଫିଲ୍ମ ପ୍ରସ୍ତୁତ କରିବା ଲାଗି ୧୨୫କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମର ପୋଷ୍ଟର ୧୫ଅଗଷ୍ଟରେ ରିଲିଜ କରାଯାଇଥିଲା । ତେବେ କଙ୍ଗନା ରନାୱତ ଷ୍ଟାରର ଫିଲ୍ମ ୨୬ଜାନୁୟାରୀ ତଥା ଗଣତନ୍ତ୍ର ଦିବସର ଠିକ ଗୋଟିଏ ଦିନ ପୂର୍ବରୁ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More