Only for Entertainment

ରିଲିଜ ହେଲା ମଣିକର୍ଣ୍ଣିକାର ଦମଦାର ଗୀତ ‘ମେ ରହୁ ୟା ନା ରହୁ’ ।

youtube
36

କଙ୍ଗନା ରଣାୱତ ଷ୍ଟାରର ଫିଲ୍ମ ‘ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସୀ’ର ଚର୍ଚ୍ଚା ଏବେ ଶିର୍ଷକରେ ରହିଛି । ଦମଦାର ଆକ୍ସନ ସହିତ ଲୋମ ଟାଙ୍କୁରିବା ଭଳି ଗୀତ ଶୁଣିବାକୁ ଏବଂ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଏହା ପୂର୍ବରୁ ରିଲିଜ ହୋଇଥିବା ବିଜୟୀ ଭବ ଗୀତରେ କଙ୍ଗନାଙ୍କ ଦମଦାର ଲୁକ ସାଙ୍ଗକୁ ଡାଏଲଗ ସୋସିଆଲ ମିଡିଆରେ ଧୁମ ମଚାଇଥିଲା । ତେବେ ୧୫ ଜାନୁୟାରୀକୁ ରିଲିଜ ହୋଇଛି ଆଉ ଏକ ଗୀତ ‘ ମେ ରହୁ ୟା ନା ରହୁ ଭାରତ ହି ରେହନା ଚାହିଏ’ । ପୂର୍ବଭଳି ଏହି ଗୀତଟିକୁ ଦେଖିବା ପରେ ଆପଣ ପୁଣିଥରେ ଏହାର ଦିୱାନା ହୋଇଯିବେ । ଏଭଳି ତ ବଲିଉଡରେ କଙ୍ଗନାଙ୍କୁ କୁଇନ କୁହାଯାଏ କିନ୍ତୁ ଏହି ଗୀତକୁ ଦେଖିବା ପରେ ବାସ୍ତବରେ ସେ ଜଣେ ରାଣୀ ବୋଲି ମନେ ହେବେ ।

ଗୀତ ରିଲିଜ ହେବାର କ୍ଷଣିକ ମଧ୍ୟରେ ଏହାକୁ ୪୬୯୦ ଥର ଦେଖା ସରିଥିଲା । ତେବେ କହିରଖୁଛୁଯେ ହୃଦୟଛୁଆଁ ଏହି ଗୀତକୁ ଲେଖିଛନ୍ତି ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ ଏବଂ ଲିରିକ୍ସ ଦେଇଛନ୍ତି ପ୍ରସୂନ ଜୋଶୀ । ତେବେ ଫିଲ୍ମ ୨୫ ଜାନୁୟାରୀକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More