Only for Entertainment

କଙ୍ଗନାଙ୍କ’ମଣିକର୍ଣ୍ଣିକା’ ପ୍ରଯୋଜକଙ୍କୁ ପାରାଲିସିସ ଆଟାକ,ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ।

bollywood tadka
28

ବଲିଉଡ ଅଭିନତ୍ରୀ କଙ୍ଗନା ରଣାୱତ ଷ୍ଟାରର ଫିଲ୍ମ ମଣିକର୍ଣ୍ଣିକାର ପ୍ରଯୋଜକ କମଲ ଜୈନଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଖବର ମୁତାବକ କମଲଙ୍କୁ ପାରାଲିସିସ ଆଟାକ କରିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି । ପାରାଲିସିସ ଆଟାକ ପରେ କମଲଙ୍କୁ ଭେଂଟିଲେରରେ ରଖାଯାଇଛି । ଏହା ପୂର୍ବରୁ ଜୈନ ତାଙ୍କ ଟିମକୁ ସାହସ ଦେଇ ଟ୍ୱିଟରରେ ଲେଖିଥିଲେଯେ ହସ୍ପିଟାଲରେ ରହିବାକୁ ଏହା ଠିକ ସମୟ ନୁହେଁ ଫିଲ୍ମରେ କରିଥିବା କଠିନ ପରିଶ୍ରମକୁ ନେଇ ଉପଭୋଗ କରିବାର ଅଛି । ସଫଳତାର ଉତ୍ସବ ପାଳନ କରିବାର ଅଛି । ଏହା ସହିତ ସମସ୍ତଙ୍କୁ ଶୁଭେତ୍ସା ମଧ୍ୟ ଜଣାଇଥିଲେ ।

କହିରଖୁଛୁଯେ ଜୈନ ଦିନରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ମେସେଜରେ ଜଣାଇଥିଲେ, କିନ୍ତୁ ସଂଦ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହୋଇଗଲା ।

ଫିଲ୍ମ ମଣିକର୍ଣ୍ଣିକା ୨୫ ଜାନୁୟାରୀକୁ ରିଲିଜ ହେବାକୁ ଯାଉଛି । ଏହି ପିରିଅଡ ଡ୍ରାମା କଙ୍ଗନାଙ୍କ ଡ୍ରିମ ପ୍ରୋଜେକ୍ଟ । ଏହି ଫିଲ୍ମରେ କଙ୍ଗନା ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More