Only for Entertainment

ବାହା ହେବେ କି ଆଲିୟା ଓ ରଣବୀର ?

Vogue India
0 49

ପ୍ରଥମେ ଦୀପିକା ପାଦୁକୋନ, ତା’ପରେ କାଟ୍ରିନା କୈଫଙ୍କ ସହ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା । ଏହି ଦୁଇ ନାୟିକାଙ୍କ ସହ ରଣବୀର ବିବାହ କରିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିନ୍ତୁ କିଛିଦିନ ପରେ ଏହି ଚର୍ଚ୍ଚା ଥମି ଯାଇଥିଲା ମଧ୍ୟ । ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ହୋଇଥିଲା ଅନେକ ଚର୍ଚ୍ଚା । କିନ୍ତୁ ଏବେ ରଣବୀରଙ୍କ ନାମ ଯୋଡା ହୋଇଛି ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହିତ । ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି । ତେବେ ଏପରି ଚର୍ଚ୍ଚାକୁ ଖେରାକ ଯୋଗାଇଛନ୍ତି ପ୍ରମୁଖ ଫ୍ୟାଶନ ଡିଡାଇନର ମନୀଷ ମଲ୍ଲହୋତ୍ରା ହେଇଥିବା କିଛି ମନ୍ତବ୍ୟ ।

alia and ranbir

କଥାଟି ଏପରିକି, ନିକଟରେ ମନୀଷ ମଲ୍ଲହୋତ୍ରା ଓ ସୋନାକ୍ଷୀ ସିହ୍ନା ନେହା ଧୂପିଆଙ୍କ ଚାଟ ସୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ମନୀଷଙ୍କୁ ପ୍ରଶ୍ନ କରାଯାଇଥିଲା କି ବଲିଉଡର ୨୦୧୮ର ହୁକ ଅପ୍ କାହାର ହେବ । ତତକ୍ଷଣାତ୍ ମନୀଷ ଆଲିୟା ଓ ରଣବୀରଙ୍କ ନାମ ନେଇଥିଲେ । ଅନ୍ୟ ପକ୍ଷରେ ସେହି ସୋ’ରେ ନେହା ସୋନାକ୍ଷୀଙ୍କୁ ୨୦୧୮ର ବ୍ରେକଅପ କାହାର ହେବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ସୋନାକ୍ଷୀ ଆଲିୟା ଓ ସିଦ୍ଧାର୍ଥଙ୍କ ନାମ ନେଇଥିଲେ । ଉଭୟ ମନୀଷ ଓ ସୋନାକ୍ଷୀଙ୍କ ଏପରି ଉତ୍ତର ଚର୍ଚ୍ଚାକୁ ମସଲା ଯୋଗାଉଛି । ଦେଖାଯାଉ ରଣବୀର ଏବଂ ଆଲିୟା ଏହାକୁ ନେଇ କି ପ୍ରତିକ୍ରିୟା ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More