Only for Entertainment

ଏସିଡ ଆଟାକ ସର୍ଭାଇଭର ଦୀପିକାଙ୍କୁ ଦେଲେ ଖାସ ଉପହାର

bollywoodtadka
20

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏସିଡ ଆଟାକ ସର୍ଭାଇଭର ଲକ୍ଷ୍ମୀ ଅଗ୍ରବାଲଙ୍କ ଭୂମିକାରେ ନଜର ଆସିବେ । କିଛି ଦିନ ପୂର୍ବରୁ ହିଁ ଫିଲ୍ମରେ ଦୀପିକାଙ୍କ ପ୍ରଥମ ଲୁକ ସେୟାର କରାଯାିଥିଲା । ଏହି ଫଟୋରେ ଦୀପିକାଙ୍କୁ ଚିହିଁବା କଷ୍ଟକର ଥିଲା । ଫଟୋରେ ଦୀପିକା ଅବିକଳ ଲକ୍ଷ୍ମୀ ଅଗ୍ରବାଲଙ୍କ ପରି ନଜର ଆସିଥିଲେ । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଲୁକକୁ ଖୁବ ପସନ୍ଦ କରିଥିଲେ ।

ତେବେ ନିକଟରେ ଜଣେ ଏସିଡ ଆଟାକ ସର୍ଭାଇଭର ତଥା ଆର୍ଟିଷ୍ଟ, ମନୀଷା ମରୋଡିୟା ପ୍ରଜାପତି ଏକ ସ୍କେଚ ପ୍ରସ୍ତୁତ କରି ସେୟାର କରିଛନ୍ତି । ଏହି ସ୍କେଚରେ ଦୀପିକା ଫିଲ୍ମର ଲୁକରେ ନଜର ଆସିଛନ୍ତି । ଦୀପିକା ଏବଂ ଲକ୍ଷ୍ମୀଙ୍କ ଫଟୋକୁ କୋଲାଜ କରି ମନୀଷା ଏହି ସ୍କେଚ ପ୍ରସ୍ତୁତ କରିଛନ୍ତି । ମନୀଷା ଏହି ଫଟୋକୁ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

 

View this post on Instagram

 

I am not good in colour sketching but I tried my best??? U hope that the whole team of Chhapaak will like it.?? Movie is based on true story of @thelaxmiagarwal @deepikapadukone as @thelaxmiagarwal in the movie. I hope this movie will rock ?? Best of luck to the whole team of Chhapaak. ( I AM NOT ACID ATTACK SURVIVOR ) #stopacidattacks #stopsaleacid #truestory? #acidsurvivors @deepikapadukone @thelaxmiagarwal @deepikapiku @magicaldeepikapadukone @deepikapadukone_fan_aaru @deepikapadukonef.c @deepikapadukone_4 @ranveersingh @mr.mnv @anmol_rodriguez_official @deepikapadukonedx @deepikapadukonepic @deepikaslayss @deepikaslayss @meghnagulzar @vikrantmassey87 @leenaclicks @filmchhapaak @chhapaakofficial @chhapaak.official @chhappak_ @chhapaak_10jan @chhapaakmovieofficial

A post shared by Mannu? (@manisha_marodia_prajapati_02) on

ଏହା ସହିତ ସେ କ୍ୟାପସନରେ ଲେଖିଥିଲେ- ମୁଁ କଲର ସ୍କେଚିଂରେ ଏତେ ଭଲ ନୁହେଁ । କିନ୍ତୁ ମୁଁ ମୋ ନିଜ ତରଫରୁ ପୁରା ପ୍ରୟାସ କରିଛି । ମୁଁ ଆଶା କରୁଛି ‘ଛପାକ’ର ପୁରା ଟିମକୁ ଏହା ଖୁବ ପସନ୍ଦ ଆସିବ । ମୁଁ ଏହା ଆଶା କରୁଛି ଏହି ଫିଲ୍ମ ରକ କରିବ । ଆପଣଙ୍କୁ କହିରଖୁଛୁ ଯେ, ପୁରା ଟିମକୁ ଏହା ଖୁବ ପସନ୍ଦ ଆସିବ । ଏହି ସ୍କେଚରେ ମନୀଷା ସୋସିଆଲ ମିଡିଆରେ ଦୀପିକାଙ୍କୁ ବି ଟ୍ୟାଗ କରିଛନ୍ତି ।

କହିରଖୁଛୁ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ମେଘନା ଗୁଲଜାର କରୁଛନ୍ତି । ଦୀପିକା ଏହି ଫିଲ୍ମରେ ଅଭିନୟ କରିବା ସହିତ ପ୍ରଡ୍ୟୁସ ମଧ୍ୟ କରୁଛନ୍ତି । ଫିଲ୍ମରେ ଦୀପିକାଙ୍କ ନାମ ମାଳତୀ ହେବ । ଫିଲ୍ମରେ ଦୀପିକାଙ୍କ ସହିତ ବିକ୍ରାନ୍ତ ମେସୀ ମଧ୍ୟ ନଜର ଆସିବେ । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More