Only for Entertainment

କୋମାକୁ ଚାଲିଗଲେ ଟିଭିର ଏହି ଅଭିନେତା ।

TellyChakkar
0 121

ଟିଭିରେ ବହୁ ଦିନ ଧରି କେତେକ ଶୋ ଚାଲି ଆସୁଛି । ଯାହାକୁ ଦର୍ଶକ ଦିୱାନା ଭଳି ଦେଖୁଛନ୍ତି ଏବଂ ଭଲ ମଧ୍ୟ ପାଉଛନ୍ତି । ତେବେ ସେହିଭଳି ଶୋ ମାନଙ୍କ ମଧ୍ୟରୁ ସବ ଟିଭିରେ ପ୍ରସାରିତ ହେଉଥିବା ଶୋ ‘ଚିଡ଼ିଆଖାନା’ । ଯାହା ୮ ବର୍ଷ ଧରି ଦର୍ଶକଙ୍କ ହୃଦୟରେ ଘର କରିଛି ।

ଏହି ଶୋ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ପ୍ରତ୍ୟେକ କଳାକାରଙ୍କ ନାମ ଯେକୌଣସି ଜୀବଜନ୍ତୁର ନାମରେ ନାମିତ ହୋଇଛି । ତେବେ ଏହି ଶୋ’ରେ ନଜର ଆସିଥିବା ବୁଧୁ ବେଙ୍ଗ ବା ମେଣ୍ଡକ ପ୍ରସାଦ ନାମରେ ପରିଚିତ ମନୀଷ ବିଶ୍ୱକର୍ମାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ମନୀଷ କୋମାକୁ ଚାଲି ଯାଇଥିବା ସୂଚନା ମିଳିଛି । ୨୦୧୫ରେ ସେ ଦର୍ଶକଙ୍କୁ ଖୁବ ହସାଇଲେ,କିନ୍ତୁ ଦିନେ ତାଙ୍କ ଜୀବନରୁ ଖୁସି ଚାଲିଗଲା । ତେବେ ଶୋ’ରୁ ଫେରୁଥିବା ସମୟରେ ତାଙ୍କ ବାଇକ ସହ ଏକ କାର ଧକ୍କ ହୋଇଥିଲା । ସେ ହେଲେମେଟ ପିନ୍ଧିଥିଲେ ମଧ୍ୟ ବିରାଟ ଦୁର୍ଘଟଣା ଯୋଗୁଁ ସେ ଅସୁବିଧାରେ ପଡ଼ିଥିଲେ । କଳାକାରଙ୍କ କହିବା ଅନୁସାରେ ଚିକିତ୍ସା ଅଭାବରୁ ଏବଂ ତାଙ୍କ ବ୍ରେନରେ ରକ୍ତ କ୍ଲଡ଼ ହୋଇଯାଇଥିବାରୁ ସେ କୋମାକୁ ଚାଲି ଯାଇଛନ୍ତି । ଏହି ଭୟାନକ ଦୁର୍ଘଟଣାରେ କୋମାକୁ ଚାଲିଯିବା ପରେ କେବଳ କଳାକାର ନୁହଁନ୍ତି ବରଂ ଦର୍ଶକ ମଧ୍ୟ ତାଙ୍କୁ ଖୁବ ମନେ ପକାଉଛନ୍ତି । ତେବେ ସେ ଖୁବଶୀଘ୍ର ଭଲ ହୋଇ ଫେରନ୍ତୁ ଏହା ସମସ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More