Only for Entertainment

ଜାଣନ୍ତୁ ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ବିଷୟରେ ଜଣା ଅଜଣା କଥା !

28

ବଲିଉଡ ଅଭିନେତା ମନୋଜ ବାଜପେୟୀ ଆଜି ନିଜ ୫୦ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ମନୋଜଙ୍କ ଜନ୍ମ ବିହାର ଚମ୍ପାରଣ ସ୍ଥିତ ଏକ ଛୋଟ ଗାଁରେ ୨୩ଅପ୍ରେଲ, ୧୯୬୯ରେ ହୋଇଥିଲା । ସେ ଏକ ଚାଷୀ ପରିବାରରେ ଜନ୍ମ ହୋଇଥିଲେ ।

ତାଙ୍କ ମା ଚାଷ କରୁଥିଲେ ଏବଂ ମା ଘର ସମ୍ଭାଳୁଥିଲେ । ସେ ପାଂଚ ଭାଇ ଭଉଣୀଙ୍କ ମଧ୍ୟରୁ ୨ୟ ନମ୍ବର ଥିଲେ । ସ୍କୁଲରେ ମନୋଜ ଖୁବ ଲାଜକୁଳା ଥିଲେ, ଏହିକାରଣରୁ ସ୍କୁଲ ଶିକ୍ଷକ ପୂରା କ୍ଲାସରେ ତାଙ୍କୁ ହରିବଂଶ ରାୟ ବଚ୍ଚନଙ୍କ କବିତା ଶୁଣାଇବାକୁ କହୁଥିଲେ । ମନୋଜ ଅନେକ ନେଗେଟିଭ ଭୂମିକା ତୁଲାଇଛନ୍ତି ।

ମନୋଜ ୧୯୯୪ରେ ଗୋବିନ୍ଦ ନିହଲାନୀଙ୍କ ଫିଲ୍ମ ‘ଦ୍ରୋହକାଲ’ରେ ଏକ ଛୋଟ ଭୂମିକାରେ ବଲିଉଡରେ ପାଦ ଦେଇଥିଲେ , ମାତ୍ର ୧୯୮ରେ ଆସିଥିବା ଗୋପାଲ ବର୍ମାଙ୍କ ଫିଲ୍ମ ‘ସତ୍ୟା’ ଦ୍ୱାରା ବଲିଉଡରେ ନିଜ ଅସଲ ପରିଚୟ ବନାଇ ପାରିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ମନୋଜ ନିକଟରେ ରିଲିଜ ହୋଇଥିବା ସୋନଚିଡିଆରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ସୁଶାନ୍ତ ସିଂ ରାଜପୁତ, ଭୂମି ପେଡନେକର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମର କାହାଣୀ ଚମ୍ବଲ ଡକାୟତଙ୍କ ଉପରେ ଆଧାରିତ । ଫିଲ୍ମ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More