Only for Entertainment

ୱେବ୍ ସିରିଜ ‘ଦ ଫ୍ୟାମିଲ ମ୍ୟାନ’ରେ ଜାସୁସ୍ ବନିଲେ ମନୋଜ ବାଜପେୟୀ, ରିଲିଜ ହେଲା ଜବରଦସ୍ତ ଟ୍ରେଲର !

46

ୱେବ୍ ସିରିଜ ‘ଦ ଫ୍ୟାମିଲ ମ୍ୟାନ’ରେ ଜାସୁସ୍ ବନିଲେ ମନୋଜ ବାଜପେୟୀ । ଆମାଜନ୍ ପ୍ରାଇମରେ ଏହି ୱେବ୍ ସିରିଜର ଟିଜର ରିଲିଜ ହୋଇଥିଲା, ଏବେ ଏହାର ଟ୍ରେଲର ରିଲିଜ ହୋଇଛି । ୱେବ୍ ସିରିଜଟି ଭାରତୀୟ ଗୁଇନ୍ଦା ବିଭାଗର ଜଣେ ପ୍ରତିନିଧୀଙ୍କ ଜୀବନୀ ଉପରେ ଆଧାରିତ । ଯିଏ କି କମ୍ ବେତନ ପାଉଥିବା ବେଳେ ନିଜର ପରିବାରକୁ ରକ୍ଷା କରିବା ସହ ଦେଶକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷା ଦେଇଥିଲେ ।

ଏହି ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏଥିରେ ମନୋଜ ବାଜପେୟୀଙ୍କ ସହ ଅଭିନେତ୍ରୀ ପ୍ରିୟାମଣି, ଶାରିବ୍ ହାସମୀ, ଗୁଲ ପନାଗ ଏବଂ ସୁଦିପ୍ କିଶନ୍ ପ୍ରମୁଖ ଭୁମିକାରେ ନଜର ଆସିବେ ।


ମନୋଜଙ୍କ ବିଷୟରେ କହିବାକୁ ଗଲେ ଗ୍ୟାଙ୍ଗ୍ସ ଅଫ ୱାସେପୁର, ଅଲିଗଡ, ରାଜନୀତି ଏବଂ ସତ୍ୟମେବ ଜୟତେ ଭଳି ସୁପରହିଟ ଫିଲ୍ମ ଦେବା ପରେ ପ୍ରଥମଥର ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ’ରେ ଧମାଲ ମଚାଇବା ପାଇଁ ଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More