Only for Entertainment

ଭୋଜପୁରୀ ଗୀତ ରିଙ୍କିଆ କେ ପାପା’କୁ ନାଇଜେରିଆ ଗାୟକ ଗାଇଲେ, ଭାଇରାଲ ହେଲା ଭିଡିଓ !

ndtv
37

ଭୋଜପୁରୀ ସିନେମାର ସବୁଠାରୁ ପ୍ରସିଦ୍ଧ ଗୀତ ‘ରିଙ୍କିଆ କେ ପାପା’ରେ ମନୋଜ ତିୱାରୀ କେବେ ନିଜ ସ୍ୱରରେ ଯାଦୁ ବିଛାଇ ଦେଇଥିଲେ । ଏବେ ପୁଣି ଥରେ ଏହି ଗୀତ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର କାରଣ ହେଉଛି ନାଇଜେରିଆନ ସିଙ୍ଗୀ ସାମୁଅଲ ସିଂ ମନୋଜ ତିୱାରୀଙ୍କ ଗୀତ ନିଜ ଅନ୍ଦାଜରେ ଗାଇଛନ୍ତି । ସାମୁଅଲ ଏଭଳି ସ୍ୱର ଦେଇଛନ୍ତି ଯେ ଯାହାକୁ ଲୋକମାନେ ପସନ୍ଦ କରୁଛନ୍ତି । ଏହିକାରଣରୁ ‘ରିଙ୍କିଆ କେ ପାପା’ ଗୀତ କିଛି ଘଂଟା ମଧ୍ୟରେ ଧମାଲ ମଚାଇ ଦେଇଛି । ମନୋଜ ତିୱାରୀଙ୍କ ଏହି ଗୀତ ଏଭରଗ୍ରୀନ ହୋଇଥିଲା ଏବଂ ଆଜି ମଧ୍ୟ ଲୋକଙ୍କ ହୃଦୟରେ ଛାପ ଛାଡିଛି ।


ନାଇଜେରିଆନ ସିଙ୍ଗର ସାମୁଅଲଙ୍କ କଥା କହିବାକୁ ଗଲେ ତାଙ୍କର ଗୋଟିଏ ହାତରେ କ୍ୟାନସର ଥିଲା , ଯେଉଁକାରଣରୁ ତାଙ୍କ ଶରୀରରୁ ହାତକୁ ଅଲଗା କରିବାକୁ ପଡିଥିଲା । ଏବେ ସେ ଏହିଭଳି ନିଜ ଭର୍ସନ ଦେଇ ଗୀତ ଗୁଡିକୁ ରିକ୍ରିଏଟ କରୁଛନ୍ତି । ଇଣ୍ଡିଆ ବ୍ୟତୀତ ନାଇଜେରିଆରେ ମଧ୍ୟ ତାଙ୍କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏହାକୁ ଏବେ ପର୍ଯ୍ୟନ୍ତ ୯ଲକ୍ଷ ଥର ଦେଖା ଯାଇସାରିଲାଣି । ସେ ଏହି ଗୀତକୁ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More