Only for Entertainment

ମିସ ୱାର୍ଲଡ ମାନୁଷୀଙ୍କୁ ବଲିଉଡରେ ବ୍ରେକ,ଏହି ପ୍ରସିଦ୍ଧ ଆକ୍ଟରଙ୍କ ସହିତ କରିବେ ସ୍କ୍ରିନ ଶେୟାର

53

ମିସ ୱାର୍ଲଡ ହେବା ପରେ ଯଦିଓ ମାନୁଷୀ କୌଣସି ବଲିଉଡ ଫିଲ୍ମରେ ନଜର ଆସିନାହାଁନ୍ତି ତଥାପି ରଣବୀର ସିଂଙ୍କ ସହିତ ଏକ ବିଜ୍ଞାପନରେ ନଜର ଆସିଥିଲେ । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ମାନୁଷୀଙ୍କୁ ବଲିଉଡରେ ଦେଖିବାର ସ୍ୱପ୍ନ ଦର୍ଶକଙ୍କର ପୂରଣ ହେବାକୁ ଯାଉଛି ।  ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର କାଷ୍ଟିଙ୍ଗ୍‌ ପ୍ରାୟ ଶେଷ ହୋଇ ଆସିଥିବା ଜଣା ପଡ଼ିଛି । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବାକୁ ଥିବା ବେଳେ ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍‌ । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକେ ଦେଖି ପାରିବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।

 

ଇତିହାସକୁ ଦେଖିବାକୁ ଗଲେ, ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ୪ଟି ରାଣୀ ଥିଲେ । କିନ୍ତୁ ଫିଲ୍ମରେ କେବଳ ଦୁଇଟି ରାଣୀଙ୍କୁ ଦର୍ଶକେ ଦେଖି ପାରିବେ । ତେବେ ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ଆସିବା  ସହ ଦ୍ୱିତୀୟ ରାଣୀଙ୍କ ଭୂମିକାରେ କୌଣସି ଟିଭି କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More