Only for Entertainment

ବଲିଉଡରେ ଡେବ୍ୟୁ କରିବେ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲର !

Express News
0 33

ବଲିଉଡରେ ପାଦ ଦେବାକୁ ଯାଉଛନ୍ତି ମିସ ୱାର୍ଲ୍ଡ ମାନୁଷୀ ଛିଲ୍ଲର । ତାହା ପୁଣି ନିର୍ଦ୍ଦେଶକ କରନ୍ ଜୋହରଙ୍କ ଫିଲ୍ମରେ । ମାନୁଷୀ ମିସ ୱାର୍ଲ୍ଡ ମୁକୁଟ ଜିତିବା ପରେ ତାଙ୍କୁ ବଲିଉଡ ପାଇଁ ଅନେକ ଅଫର ଆସୁଥିବା କଥା ଶୁଣାଯାଉଥିଲା । ଏବେ କିନ୍ତୁ କରନଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ରେ ମାନୁଷୀ ଡେବ୍ୟୁ କରିବେ ବୋଲି ଶୁଣାଯାଉଛି । ଏଥିପାଇଁ କରଣ ମାନୁଷୀଙ୍କୁ ଅଫର ମଧ୍ୟ ଦେଇସାରିଛନ୍ତି । ମାନୁଷୀଙ୍କୁ ନେଇ କରନ୍ ଖୁବ ଉତ୍ସାହିତ ଅଛନ୍ତି । ତେବେ ଏହି ଖବର ଯଦି ସତ ପ୍ରମାଣିତ ହୁଏ, ତା’ ହେଲେ ଆଉ ଜଣେ ନବାଗତଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇବେ ସିନେପ୍ରେମୀ ।

Miss_World_2017_Manushi_Chillar_Indian_Celebrity

‘ଇଣ୍ଡିଆ ଡଟ୍ କମ’ ରିପୋର୍ଟ ଅନୁସାରେ, ‘ଷ୍ଟୁଡେଂଟ ଅଫ ଦି ଇୟର ୨’ରେ ମାନୁଷୀଙ୍କୁ ଅଭିନେତା ଟାଇଗର ଶ୍ରଫଙ୍କ ବିପକ୍ଷରେ ଲଂଚ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି କରନ୍ । ୨୦ ବର୍ଷୀୟା ମାନୁଷୀଙ୍କ ସୌନ୍ଦର୍ଯ୍ୟ ଏବଂ ବିଚକ୍ଷଣ ଆତ୍ମବିଶ୍ୱାସକୁ ଦେଖି କରନ୍ ଆଶ୍ୱର୍ଯ୍ୟ ହୋଇ ପଡିଛନ୍ତି । ୧୭ ବର୍ଷ ପରେ ବିଶ୍ୱସୁନ୍ଦରୀ ମୁକୁଟ ଦେଶ ପାଇଁ ଆଣି ଦେଇଛନ୍ତି ମାନୁଷୀ । ଏହି ସୁନ୍ଦରୀଙ୍କ ଲୋକପ୍ରିୟତା ବିଷୟରେ କରନ ଭଲଭାବେ ଅନୁଭବ କରିଛନ୍ତି । ଏହାସହ ଫଟୋଗ୍ରାଫର ଡାଚ୍ଚୁ ରତନାନୀଙ୍କ ଚଳିତବର୍ଷ କ୍ୟାଲେଣ୍ଡର ପାଇଁ ମାନୁଷୀ ଯେଭଳି ଅବତାର ନେଇଛନ୍ତି ସେଥିରେ ମଧ୍ୟ କରନ୍ ପ୍ରଭାବିତ । ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ରେ ମାନୁଷୀଙ୍କ ବ୍ୟତୀତ ଆଉ ଜଣେ ନବାଗତାଙ୍କ ବଲିଉଡରେ ପଦାପର୍ଣ ହେବାକୁ ଯାଉଛନ୍ତି । ଦୁଇ ହିରୋଇନ ବିଶିଷ୍ଟ ଏହି ଫିଲ୍ମରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟାଙ୍କୁ ମଧ୍ୟ ଲଂଚ କରିବେ କରନ୍ ।

୨୦୧୭ ନଭେମ୍ବର ୧୮ରେ ବିଶ୍ୱସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇ ମାନୁଷୀ ଭାରତ ପାଇଁ ସମ୍ମାନ ଆଣି ଦେଇଥିଲେ । ଦୀର୍ଘ ୧୭ ବର୍ଷ ପରେ ମିସ ୱାର୍ଲ୍ଡ କ୍ରାଉନ ହାସଲ କରି ଦେଶ ପାଇଁ ଗୌରବ ଆଣି ଦେଇଥିଲେ ମାନୁଷୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More