Only for Entertainment

ମାନୁଷୀଙ୍କ ସମର ବ୍ରାଇଡାଲ ଫଟୋସୁଟ, ଗୋଟିଏ ଲୁକ ପାଇଁ ହେଲେ ଟ୍ରୋଲ

India Today
47

ମିସ ୱାର୍ଲ୍ଡ ୨୦୧୭ ଟାଇଟଲ ନିଜ ନାମରେ କରିଥିବା ମାନୁଷୀ ଛିଲ୍ଲର ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ମାନୁଷୀ ଏକ ୱଡି ଫଟୋ ସୁଟ କରାଇଛନ୍ତି । ଏହି ଫଟୋ ଗୁଡିକୁ ସେଶେଲ୍ସରେ ସୁଟ କରାଯାଇଛି । ବଧୂବେଶରେ ମାନୁଷୀ ଛିଲ୍ଲର ଖୁବ ସୁନ୍ଦର ଲାଗୁଛନ୍ତି । ଫଟୋ ସୁଟରେ ପିନ୍ଧିଥିବା ଲେହେଙ୍ଗାକୁ ଡିଜାଇନର ସବ୍ୟସାଚୀ ଡିଜାଇନ କରିଛନ୍ତି ।

manushi

ଭିନ୍ନ ଭିନ୍ନ ଆଉଟଫିଟରେ ମାନୁଷୀ Condé Nast Traveller India ମ୍ୟାଗାଜିନ ପାଇଁ କରାଇଛନ୍ତି । ଫଟୋରେ ମାନୁଷୀଙ୍କ ପରଫେକ୍ଟ ବ୍ରାଇଡାଲ ଲୁକ ଦେଖିବାକୁ ମିଳିଛି ।

manushi chillar

ସୁନ୍ଦର ଲେହେଙ୍ଗାରେ ମାନୁଷୀ ସମୁଦ୍ର କୂଳରେ କୌଣସି ପ୍ରିନସେସ ଠାରୁ କମ ଲାଗୁନଥିଲେ । ବ୍ଲୁ ଲେହେଙ୍ଗା ଓ ହ୍ୱାଇଟ ଲେହେଙ୍ଗାରେ ମାନୁଷୀଙ୍କ ଅନ୍ଦାଜ ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ବ୍ରାଇଡାଲ ଲୁକରେ ମାନୁଷୀ ପରଫେକ୍ଟ ଲାଗୁଥିବା ବେଳେ ତାଙ୍କର ଗୋଟିଏ ଲୁକ ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହିଁ । ଏହି ଲୁକ ପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ଗୋଟିଏ ସୁଟରେ ସେ ପିଙ୍ଗ ଫ୍ଲୋରାଲ ଥାଇ ହାଇ ସ୍ପିଲ୍ଟ ଡ୍ରେସ ପିନ୍ଧଥିଲେ ଯାହାକୁ ଟ୍ରେଲ କରି ଲୋକେ କହିଛନ୍ତି ପ୍ୟାଣ୍ଟ ପିନ୍ଧିବା ବୋଧେ ଭୁଲିଯାଇଛନ୍ତି । ଅନ୍ୟ ଜଣେ ଟ୍ରୋଲ କରି କହିଛନ୍ତି ଆପଣ ଇଣ୍ଡିଆନ କଲ୍ଚରକୁ ନଷ୍ଟ କରୁଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More