Only for Entertainment

ମରାଠୀ ଫିଲ୍ମରେ ବଲିଉଡର ଏଭରଗ୍ରୀନ ବିୟୁଟି,ସେୟାର କଲେ ପ୍ରଥମ ଟ୍ରେଲର ।

zeenews.india.com
0 42

ବଲିଉଡ ବିୟୁଟି ମାଧୁରୀ ଦିକ୍ଷୀତ କୋଟି କୋଟି ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କିନ୍ତୁ ଏବେ ବଲିଉଡ ପରେ ମରାଠୀ ଫିଲ୍ମରେ ନିଜର ଜଲୱା ଦେଖାଇବା ପାଇଁ ଅଂଟା ଭିଡ଼ିଛନ୍ତି ଏହି ବିୟୁଟି । ସୌନ୍ଦର୍ଯ୍ୟର ଝଡ଼ ସୃଷ୍ଟି କରିଥିବା ମାଧୁରୀ ମରାଠୀ ଫିଲ୍ମ ବକେଟ ଲିଷ୍ଟରେ ନଜର ଆସିବେ । ଗତ ୨୫ ମାର୍ଚ୍ଚକୁ ସେ ତାଙ୍କର ଫିଲ୍ମର ଟିଜରକୁ ଟ୍ୱିଟରରେ ସେୟାର କରିଛନ୍ତି ।

ଫିଲ୍ମରେ ମାଧୁରୀ ଏକ ମା ଚରିତ୍ରରେ ନଜର ଆସିବେ । ତେବେ ଏକ ପାରିବାରିକ ସଂପର୍କକୁ ଦର୍ଶାଉଛି ଏହି ଫିଳ୍ମର ଟିଜର । ଏହା ସହିତ ଏହାର ମହତ୍ୱକୁ ମଧ୍ୟ ଦର୍ଶାଉଛି । ଏହା ମାଧୁରୀଙ୍କର କମବ୍ୟାକ ଫିଲ୍ମ । ୪ ବର୍ଷ ପରେ ସେ ପୁଣିଥରେ ଫେରୁଛନ୍ତି । ଏହା ପୂର୍ବରୁ ୨୦୧୪ରେ ସେ ଦୁଇଟି ମରାଠୀ ଫିଲ୍ମରେ ନଜର ଆସିଥିଲେ ।

ମାଧୁରୀ ତାଙ୍କ ସ୍ୱାମୀଙ୍କ ସହିତ ମିଶି ଏକ ପ୍ରଡକ୍ସନ ହାଉସ ମଧ୍ୟ ଖୋଲିଛନ୍ତି । ତେବେ ଫିଲ୍ମଟି ୧୮ ମଇକୁ ରିଲିଜ ହେବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More