Only for Entertainment

ଭାବୀ ପତ୍ନୀଙ୍କଠୁଁ କିଭଳି ଆଶା ରଖନ୍ତି ଯୁବକ

women triangle
0 54

ବିବାହ ପୂର୍ବରୁ ଯେମିତି ଯୁବତୀ ତାଙ୍କର ସ୍ୱପ୍ନର ରାଜକୁମାର ପାଇବା ପାଇଁ ବ୍ୟାକୁଳ ଥାଆନ୍ତି, ଠିକ୍‌ ସେମିତି ଯୁବକଙ୍କ ମନରେ ବି ଥାଆନ୍ତି ଡ୍ରିମ୍‌ ଗାର୍ଲ । ବାହାଘର ଠିକ୍‌ ହେବାପରେ ଯୁବକ ତାଙ୍କ ଭାବୀ ପତ୍ନୀଙ୍କ ଠାରୁ କିଛି ଆଶା ରଖିଥାଆନ୍ତି । ତାଙ୍କର ଜୀବନ ସାଥୀଙ୍କଠାରେ କେଉଁ ସବୁ ଗୁଣ ଥିବା ବା କିଭଳି କାମର ଆଶା ରଖନ୍ତି, ଆସନ୍ତୁ ତାହା ଜାଣିବା

ପ୍ରଥମ କଥା ହେଲା ଯେ ଜୀବନ ସଙ୍ଗିନୀ ସ୍ୱାମୀଙ୍କ ଘରକୁ ନିଜ ଘର ଭାବି ସ୍ୱଚ୍ଛତା ଓ ସଜସଜ୍ଜା ପ୍ରତି ଧ୍ୟାନ ଦିଅନ୍ତୁ । ଯୁବକଙ୍କ ବାପା, ମାଆ ଙ୍କ ଆଶା ଥାଏଯେ ବୋହୂ ଆସିବାପରେ ଘରେ ଭଲ ଭଲ ଖାଦ୍ୟ ରାନ୍ଧି ସେମାନଙ୍କୁୂ ପରସିବ ।ଏଦୃଷ୍ଟିରୁ ଭାବୀ ସ୍ୱାମୀଙ୍କ ମନରେ ଏକଥା ବି ଥାଏ । ସକାଳେ ସ୍ୱାଦିଷ୍ଟ ଜଳଖିଆ ସାଙ୍ଗକୁ ମଧ୍ୟାହ୍ନ ଓ ରାତ୍ର ଭୋଜନରେ ବି ମନଲାଖି ଖାଦ୍ୟ ପ୍ରସ୍ତୁତି କରନ୍ତୁ ଭାବୀ ପତ୍ନୀ ।
ବୋହୂ ଭଳି ନୁହେଁ ବରଂ ଝିଅ ପରି ଘରେ ବାପା, ମାଆଙ୍କ ଯତ୍ନ ନିଅନ୍ତୁ ଭାବୀ ପତ୍ନୀ । ପ୍ରତ୍ୟେକ ଯୁବକ ଚାହାଁନ୍ତି ଅଫିସରୁ କାମ ସାରି ଘରକୁ ଫେରିବା ମାତ୍ରେ ପତ୍ନୀ ତାଙ୍କୁ ଗରମ ଚା ଦିଅନ୍ତୁ । ଏକଥାର ଆଶା ବି ରଖିବା ବି ସ୍ୱାଭାବିକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More