Only for Entertainment

ସ୍ପାଇଡରମ୍ୟାନ, ହଲ୍କ ଭଳି ସୁପରହିରାଙ୍କୁ ଗଢିଥିବା ଷ୍ଟେନ ଲି’ଙ୍କ ପରଲୋକ !

25

ମାର୍ବଲ କମିକ୍ସ ର ଜନକ ଏବଂ ସ୍ପାଇଡର ମ୍ୟାନ, ହଲ୍କ ଭଳି କମିକ୍ସ ବୁକ ସୁପର ହିରୋ ଭଳି ଭୂମିକା ଗଢିଥବା ଷ୍ଟେନ ଲିଙ୍କର ସୋମବାର ଦେହାନ୍ତ ହୋଇଛି । ୯୫ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆମେରିକାର କମିକ ବୁକ ସଂସ୍କୃତିର ଚେହେରା ମାନା ଯାଉଥିବା ଲି ଏକ ଘରୋଇ ହସ୍ପିଟାଲରେ ନିଜ ଶେଷ ତ୍ୟାଗ କରିଛନ୍ତି । ସେ କିଛି ବର୍ଷ ହେବ ଅନେକ ରୋଗରେ ପୀଡିତ ଥିଲେ ।

ତାଙ୍କ ଝିଅ କହିଛନ୍ତି ଯେ ଷ୍ଟେନ ଲି ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ଭଲ ପାଆନ୍ତି । ସେ ଜଣେ ମହାନ ବ୍ୟକ୍ତି ଥିଲେ । ୨୮ଡିସେମ୍ବର ୧୯୨୨ରେ ନ୍ୟୁୟର୍କରେ ଜନ୍ମ ହୋଇଥିଲେ ଏବଂ ୧୯୬୧ରେ ଫାଂଟାଷ୍ଟିକ ଫୋର ସହ ମାର୍ବଲ କମିକ୍ସର ଆରମ୍ଭ କରିଥିଲେ । ଏହାପରେ ସେ ସ୍ପାଇଡରମ୍ୟାନ, ଆକ୍ସନ ମ୍ୟାନ, ହଲ୍କ, ଆୟରନ ମ୍ୟାନ, ବ୍ଲାକ ପାନ୍ଥର, ଥର, ଡକ୍ଟର ଷ୍ଟାଂଜ ଏବଂ କ୍ୟାପଟେନ ଆମେରିକା ଭଳି ଅନେକ ଫିଲ୍ମ ପ୍ରସ୍ତୁତ କରିଥିଲେ ।

ଏହି ଭୂମିକା ଗୁଡିକୁ ନେଇ ପରେ ଅନେକ ଫିଲ୍ମ ପ୍ରସ୍ତୁତ ହେଲା ଯାହା ବକ୍ସଅଫିସରେ ଧମାଲ ମଚାଇଥିଲା । ମାର୍ବଲ ର ସମସ୍ତ ଫିଲ୍ମରେ ଷ୍ଟେନ ଲି କ୍ୟାମିୟୋ ଭୂମିକାରେ ନଜର ଆସିଥିଲେ । କମିକ୍ସ ବ୍ୟତୀତ ସ୍କ୍ରିନପ୍ଲେ ମଧ୍ୟ ଲେଖୁଥିଲେ ଷ୍ଟେନ ଲି । ଲି’ଙ୍କ କମିକ୍ସର ପୂରା ଦୁନିଆ ଦିୱାନା ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More