Only for Entertainment

ସମୟ ପୂର୍ବରୁ ଆରମ୍ଭ ହେଲା ଏହି ଫିଲ୍ମର ବୁକିଂ, ‘ଆଭେଞ୍ଜର୍ସ ଇନଫିନିଟି ୱାର’ର କୁ ଦେବ ଟକ୍କର

Zee News
0 38

କିଛି ଦିନ ପୂର୍ବେ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଆଭେଞ୍ଜର୍ସ ଇନଫିନିଟି ୱାର’ର ଯାଦୁ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମ ରିଲିଜ ହେବା ସହିତ ଅନେକ ରେର୍କଡ ମଧ୍ୟ ନିଜ ନାମରେ କରିଛି । ମାର୍ବଲ ଫିଲ୍ମ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ଦର୍ଶକଙ୍କ ମଧ୍ୟ ଖୁବ ପସନ୍ଦ କରିଛନ୍ତି । ଏବେ ମାର୍ବଲ ଫିଲ୍ମର ଆଉ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି । ‘ଡେଡପୁଲ’ର ପ୍ରଥମ ଭାଗକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଖୁବଶୀଘ୍ର ଏହାର ଦ୍ୱିତୀୟ ଭାଗ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବାର ଢେର ସମୟ ଆଗରୁ ଏହାର ବୁକିଂ ଆରମ୍ଭ କରି ଦିଆଯାଇଛି ।

ରାୟନ ରେନାଲ୍ଡସଙ୍କ ଫିଲ୍ମ ‘ଡେଡପୁଲ ୨’ ପାଇଁ ଖୁବ ଶୀଘ୍ର ଟିକେଟ ବୁକିଂ ଆରମ୍ଭ କରାଯାଇଛି । ସାଧାରଣ ଭାବେ ସ୍କ୍ରିନ ଆଧାରରେ ଫିଲ୍ମର ବୁକିଂ ବୁଧବାର କିମ୍ବା ଗୁରୁବାର ଆରମ୍ଭ ହୋଇଥାଏ । କିନ୍ତୁ ଶୁକ୍ରବାର ରିଲିଜ ହେବାକୁଥିବା ଏହି ଫିଲ୍ମ ର ବୁକିଂ ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଫିଲ୍ମ ଇଂଗ୍ରାଜୀ, ହିନ୍ଦୀ, ତାମିଲ, ତେଲଗୁ ଭାଷାରେ ରିଲିଜ ହେବ । ମାର୍ବଲ ଫିଲ୍ମର ‘ଡେଡପୁଲ’ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ଦର୍ଶକଙ୍କ ଉତ୍ସହକୁ ନଜରେ ରଖି ଫିଲ୍ମର ବୁକିଂ ଆରମ୍ଭ କରିଦିଆଯାଇଛି । ଫିଲ୍ମ ୧୮ ମଇ କୁ ରିଲିଜ ହେବାକୁଥିବା ବେଳେ ଏହା ‘ଆଭେଞ୍ଜର୍ସ ଇନଫିନିଟି ୱାର’ର ରେର୍କଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More