Only for Entertainment

ରିଲିଜ ହେଲା ହଲିଉଡ ଫିଲ୍ମ ‘କ୍ୟାପଟେନ୍ ମାରବେଲ’ର ଦ୍ୱିତୀୟ ଟ୍ରେଲର ।

Screen Rant
38

ଆଗାମୀ ହଲିଉଡ୍ ସୁପରହିରୋ ଫିଲ୍ମ ‘କ୍ୟାପଟେନ୍ ମାର୍ଭେଲ’ର ୨ୟ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ କ୍ୟାପଟେନ୍ ମାର୍ଭେଲ୍ ଚରିତ୍ରରେ ନଜର ଆସିଛନ୍ତି ଲୋକପ୍ରିୟ ହଲିଉଡ୍ ଅଭିନେତ୍ରୀ ବ୍ରୈନ୍ ଲାରସନ୍ । ସିନେମାଟି ଆଭେନଜର୍ ସିରିଜର ଏକ ଅଂଶ । କିପରି ୯୦ ଦଶକରେ ଜଣେ ସୁପରହିରୋ ବ୍ରହ୍ମଣ୍ଡ ସୁରକ୍ଷା କରେ ତାହା ଦେଖିବାକୁ ମିଳିବ ଏହି ସିନେମାରେ । ଆଉ ଏହି କ୍ୟାପଟେନ୍ ମାର୍ଭେଲଙ୍କ ପ୍ରମୁଖ ଭୂମିକା ବି ସ୍ଥାନ ପାଇବ ଆଭେନଜର୍ ଇନଫିନିଟି ୱାରର ଦ୍ୱିତୀୟ ଭାଗରେ । ତେବେ ଏହା ପୂର୍ବରୁ କିଏ ଏହି କ୍ୟାପଟେନ୍ ମାର୍ଭେଲ୍ ଜାଣିବା ପାଇଁ ପ୍ରଯୋଜନା ସଂସ୍ଥା ପ୍ରସ୍ତୁତ କରିଛନ୍ତି ଚଳଚ୍ଚିତ୍ର କ୍ୟାପଟେନ୍ ମାର୍ଭେଲ୍ । ମାର୍ଚ୍ଚ ୮ ୨୦୧୯ ରେ ପରଦାକୁ ଆସିବ ଏହି ଫିଲ୍ମ । ଫିଲ୍ମରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଫିଲ୍ମକୁ ୧୩ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଏହା ପୂର୍ବରୁ ଫିଲ୍ମର ପ୍ରଥ ଟ୍ରେଲରକୁ ରିଲିଜ କରାଯାଇଥିଲା । ଟ୍ରେଲରକୁ ଲୋକଙ୍କ ଜବରଦସ୍ତ ରେସ୍ପନ୍ସ ମିଳୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଟ୍ରେଲରକୁ ଏଯାବତ ୪୭ ମିଲିୟନ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More