Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ମସଲା କୋଲ୍ଡ ଡ଼୍ରିଙ୍କସ୍‍

sher e bengal
45

ଆବଶ୍ୟକ ସାମଗ୍ରୀ-
କୋକ୍‍ – ୨ ଗ୍ଲାସ, ଚାହାପତି – ୧ ଚାମଚ, ଚାର୍ଟ ମସଲା – ୧ ଚାମଚ, ପୁଦିନା ପତ୍ର – ୧କପ, ଲେମ୍ବୁ ଖଣ୍ଡ – ଅଳ୍ପ, ଜିରା ଗୁଣ୍ଡ – ଅଳ୍ପ, ଲେମ୍ବୁ ରସ – ଅଳ୍ପ, ବରଫ ଖଣ୍ଡ – ଆବଶ୍ୟକ ପରିମାଣରେ, କଳା ଲୁଣ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ –

ପ୍ରଥମେ ପୁଦିନାପତ୍ରକୁ ଅଳ୍ପ ପେଷି ଦିଅନ୍ତୁ। ଏହାପରେ ଗ୍ୟାସ ଲଗାଇ ୨ ଗ୍ଲାସ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଗ୍ୟାସ ବନ୍ଦ କରି ଏଥିରେ ଚାହାପତି ପକାନ୍ତୁ। ଏହାକୁ ୧୫ ମିନିଟ ରଖିବା ପରେ ଏକ ପାତ୍ରକୁ ଛାଣି ଦିଅନ୍ତୁ। ଏବେ ଏଥିରେ ଲେମ୍ବୁ ରସ, ଚାର୍ଟ ମସଲା, ଜିରା ଗୁଣ୍ଡ, ଅଳ୍ପ ପୁଦିନା ପତ୍ର, ବରଫ ଖଣ୍ଡ, କଳା ଲୁଣ ପକାଇ ଏହାକୁ ପେଷି ଦିଅନ୍ତୁ। ଏବେ ଏକ କାଚ ଗ୍ଲାସକୁ କାଢନ୍ତୁ। ଏଥିରେ ଅଳ୍ପ କୋକ୍‍ , ପୁଦିନା ପତ୍ର , ବରଫ ଖଣ୍ଡ ପକାଇ ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More