Only for Entertainment

ମସଲା ବାଇଗଣ ପ୍ରସ୍ତୁତି ପ୍ରଣାଳୀ

Archana's Kitchen
31

ସାମଗ୍ରୀ:

ଛୋଟ ଗୋଟା ବାଇଗଣ, ହଳଦୀ ଗୁଣ୍ଡ, ଲୁଣ ସ୍ୱାଦ ଅନୁସାରେ, ତେଲ, ଲଙ୍କାଗୁଣ୍ଡ, ଟମାଟୋ ପ୍ୟୁରି ,କଟା ପିଆଜ ଦୁଇଟି, ଅଦା ଓ ରସୁଣ ,ଗରମ ମସଲା ଅଧା ଚାମଚ ,ଚିକେନ ମସଲା ଗୋଟିଏ ଚାମଚ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଛୋଟ ଛୋଟ ବାଇଗଣକୁ ଚାରି ଖଣ୍ଡ କରି କାଟନ୍ତୁ। ସେଥିରେ ଲୁଣ ଓ ହଳଦି ମିଶାନ୍ତୁ। ଏହା ପରେ କଡେଇରେ ତେଲ ଗରମ କରି ସେଗୁଡ଼ିକୁ ଅଳ୍ପ ଜାଳ ଦେଇ ଛାଣି ଦିଅନ୍ତୁ। ଏହା ପରେ ଅଦା ରସୁଣକୁ ଛୋଟ ଛୋଟ କରି କାଟି ତେଲ ଗରମ କରି ସେଥିରେ ପକାଇବା ଦିଅନ୍ତୁ। ସେଥିରେ ହଳଦି ପକାଇ ସେଥିରେ ଲଙ୍କା ଗୁଣ୍ଡ ,ମସଲା ଗୁଣ୍ଡ ପକାନ୍ତୁ । ଭଲ ଭାବରେ ଭାଜି ହେବା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ । ଭଲ ଭାବେ ଭାଜିବା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାନ୍ତୁ । ଗରମ ମସଲା ପକାଇ ପାଞ୍ଚ ମିନିଟ ଭାଜନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଛଣା ହୋଇଥିବା ବାଇଗଣକୁ ସେଥିରେ ପକାଇ ଗୋଳେଇ ଦିଅନ୍ତୁ । ଭଲ ଭାବେ ଗୋଳାଇବା ଦ୍ୱାରା ମସଲାଟି ବାଇଗଣ ସହ ମିଶିବ । ସେଥିରେ କିଛି ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଆପଣଙ୍କ ବାଇଗଣ ମସଲା ଏବେ ରେଡ୍ଡି ହୋଇଗଲା । ବର୍ତ୍ତମାନ ଏକ ପାତ୍ରରେ ଏହାକୁ ବାହାର କରି ଘରେ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More