Only for Entertainment

ଆଜି ହିଁ ଘରେ ରଖନ୍ତୁ ଏହି ଜିନିଷ,ଭାଗ୍ୟ ବଦଳିବ ।

Patrika
0 151

ମୟୁର ପଙ୍ଖକୁ ନବଗ୍ରହଙ୍କର ପ୍ରତୀକ ବୋଲି କୁହାଯାଏ । ଏହା ସହିତ ଏହା କୁଣ୍ଡଳୀ ଦୋଷକୁ ଦୂର କରେ ବୋଲି ବିଶ୍ୱାସ ରହିଛି । ବାସ୍ତୁ ଦୋଷ ଅନୁସାରେ ସୃଷ୍ଟି ହେଉଥିବା ନକରାତ୍ମକ ପ୍ରଭାବକୁ ମଧ୍ୟ ଏହା କମ କରିବାରେ ସହାୟକ ହୋଇଥାଏ । ଶ୍ରୀକୃଷ୍ଟଙ୍କ ମୁକୁଟରେ ବିଦ୍ୟମାନ ମୟୁର ପଙ୍ଖକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ । ଏହି କାରଣରୁ ଯଦି ଆମେ ମୟୁର ପଙ୍ଖ ଘରେ ଠିକ ସ୍ଥାନରେ ରଖିବା ତେବେ ଅଧିକ ଲାଭ ମିଳିବ । ଚାଲନ୍ତୁ ଜାଣିବା କେଉଁଭଳି ଭାବରେ ମୟୁରପଙ୍ଖ ନକରାତ୍ମକ ପ୍ରଭାବ ଦୂର କରେ ।

ବାସ୍ତୁ ଅନୁସାରେ ଯଦି କୌଣସି କାମ ପୂରା ହୋଇପାରୁ ନାହିଁ ତେବେ ବେଡରୁମର ପୂର୍ବ ବା ଦକ୍ଷିଣ-ପୂର୍ବ ଦିଗରେ ମୟୁର ପଙ୍ଖ ରଖନ୍ତୁ । ଏହା ଦ୍ୱାରା ପରିଣାମ ଖୁବଶୀଘ୍ର ଜଣାପଡ଼ିବ ।

ବିଜନେସ ବଢାଇବା ପାଇଁ ଅଫିସ ବା ଦୋକାନର ଦକ୍ଷିଣ ପୂର୍ବ ଦିଗରେ ମୟୁର ପଙ୍ଖ ରଖନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଯଦି ଗଣେଶଙ୍କ ପ୍ରତିମା ସହିତ ମୟୁର ପଙ୍ଖ ଲଗାଯାଏ ତେବେ ପ୍ରତ୍ୟେକ ବାସ୍ତୁ ଦୋଷ ଦୂର ହୋଇଯାଏ ।

ପଢା ଘର ବା ପିଲାଙ୍କ ବହି ମଧ୍ୟରେ ମୟୁର ପଙ୍ଖ ରଖିବା ଦ୍ୱାରା ପିଲାଙ୍କର ସ୍ମୃତି ଶକ୍ତି ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More