Only for Entertainment

ସୁଷମା ସ୍ୱରାଜଙ୍କ ପାର୍ଥୀବ ଶରୀର ପାଖେ ଖୁବ ଜୋରରେ କାନ୍ଦିବାକୁ ଲାଗିଲେ MDH ମସଲାର ମାଲିକ, ଭାଇରାଲ ହେଲା ଭିଡିଓ !

470

ଭାରତର ପୂର୍ବ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ଦିନ ରାତିରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ବିଜେପି ବରିଷ୍ଠ ନେତାଙ୍କର ୨୦୧୬ରେ ବୃକକ ପ୍ରତିରୋପଣ (କିଡନୀ ଟ୍ରାନ୍ସପ୍ଲାଂଟ) ହୋଇଥିଲା ଏବଂ ଶାରୀରକ ଅସୁସ୍ଥତା କାରଣରୁ ସେ ଲୋକସଭା ନିର୍ବାଚନ ଲଢି ନଥିଲେ । ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଏମ୍ସ ଡାକ୍ତର କହିଛନ୍ତି ।

ଏହାପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାର୍ଥୀବ ଶରୀରକୁ ବିଜେପି ମୁଖ୍ୟାଳୟରେ ରଖାଯାଇଥିଲା । ସେଠାରେ ତାଙ୍କୁ ଅନେକ ଲୋକ ଶ୍ରଦ୍ଧାଂଜଳୀ ଦେଇଥିଲେ । ଯେଉଁଠି ସମସ୍ତେ ଶ୍ରଦ୍ଧାଂଜଳୀ ଦେଇଛନ୍ତି ସେଠାରେ ଏମ୍ ଡି ଏଚ୍ ମସଲାର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ ମଧ୍ୟ ଶ୍ରଦ୍ଧାଂଜଳୀ ଦେବା ପାଇଁ ଯାଇ ଭାବୁକ ହୋଇପଡିଥିଲେ ।
୯୬ବର୍ଷୀୟ ମହାଶୟ ଧର୍ମପାଲ ଗୁଲାଟୀ ଶ୍ରଦ୍ଧାଂଜଳୀ ଦେବା ସମୟରେ ଖୁବ ଜୋରରେ କାନ୍ଦିବାକୁ ଲାଗିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ANI ଶେୟାର କରିଛି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ୯୬ବର୍ଷୀୟ ଏମ୍ ଡି ଏଚ୍ ମସଲାର ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କୁ ତାଙ୍କର ସମସ୍ତ ମସଲା ବିଜ୍ଞାପନରେ ଦେଖିବାକୁ ମିଳିଥାଏ । ସୁଷମା ସ୍ୱରାଜଙ୍କ ପାର୍ଥୀବ ଶରୀରକୁ ପାଖରେ ତାଙ୍କର ଏଭଳି କାନ୍ଦିବା ଦେଖି ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାଙ୍କୁ ସମ୍ଭାଳି ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More