Only for Entertainment

୪ ଜଣ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ‘ଇଣ୍ଡିଆନ ଆଇଡଲ-୧୦’ର ଜଜ୍ ରୁ ବାହାରିଲେ ଅନୁ ମଲ୍ଲିକ ।

India Today
52

ବଲିଉଡରେ ମି ଠୁ ଝଡ ଏବେ ଅନେକଙ୍କ ପାଇଁ ଦୁର୍ଦଶା ପାଲଟିଛି । ମି ଠୁ ମଭମେଣ୍ଟ ପର ଠାରୁ ଏପରି କିଛି ରାଜର ଖୁଲାସା ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିଛି ଦିନ ପୂର୍ବେ ଜଣା ଶୁଣା ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ ଏବଂ ଦୁହେଁ ଏହା ବିଷୟରେ ଖୋଲାଖୋଲି ଭାବେ ନିଜ ମତ ରଖିଥିଲେ । ଏହି ଦୁଇ ଜଣଙ୍କ ପରେ ଏବେ ଆଉ ଦୁଇ ଜଣ ମହିଳା ଅନୁ ମଲ୍ଲିକଙ୍କ ଉପରେ ସାମାନ ଧରଣର ଆରୋପ ଲଗାଇଛନ୍ତି ।

pjimage

କହିରଖୁଛି ଯେ, ଅନୁ ମଲ୍ଲିକ ଏବେ ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ ଇଣ୍ଡିଆନ ଆଇଡଲକୁ ଜଜ୍ କରିଛନ୍ତି । ଏବଂ ତାଙ୍କ ସହିତ ନେହା କକ୍କର ଏବଂ ଭିସାଲ ଡଡଲାନି ମଧ୍ୟ ଜଜ୍ ଭାବେ ନଜର ଆସୁଛନ୍ତି । କିନ୍ତୁ ଅନୁଙ୍କ ଉପରେ ଏହି ଆରୋପ ଆସିବା ପରେ ଚ୍ୟାନେଲ ଏହାକୁ ନେଇ ଖୁବ ଗମ୍ଭୀର ହୋଇପଡିଛନ୍ତି । ଚ୍ୟାନେଲ ଅନୁ ମଲ୍ଲି୍ଙ୍କୁ ସୋ’ରୁ ବାହାର କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ଏହାର ଫଇସଲା ନହୋଇଛି ସେ ପର୍ଯ୍ୟନ୍ତ ଅନୁ ମଲ୍ଲିକ ସୋ’ରେ ନଜର ଆସିବେ ନାହିଁ ।

କହିରଖୁଛୁ ଯେ, ଅନୁ ମଲ୍ଲିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗାଇ ଜଣେ ମହିଳା ନିଜ ବୟାନରେ କହିଥିଲେ, ୧୯୯୦ରେ ସେ ମହବୁବ ଷ୍ଟୁଡିଓରେ ଅନୁ ମଲ୍ଲିକଙ୍କ ସହିତ ସାକ୍ଷାତ କରିଥିଲେ । ସେହି ସମୟରେ ଅନୁ ତାଙ୍କ ବଡିକୁ ଛୁଇବାକୁ ଲାଗିଥିଲେ । ଏହାର ବିରୋଧ କରିବାରୁ ସେ ଭୁଲ ମଧ୍ୟ ମାଗିଥିଲେ । ଏହା ପରେ ଦ୍ୱିତୀୟ ଥର ସେ ଯେତେବେଳେ ସାକ୍ଷାତ କରିବାକୁ ଯାଇଥିଲେ ଅନୁ ମଲ୍ଲିକ ପୁଣିଥରେ ସେହିଭଳି ବ୍ୟବହାର କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More