Only for Entertainment

ପଲିଥିନ ବଦଳରେ ପତ୍ରରେ ଗୁଡେଇ ମାଂସ ବିକୁଛନ୍ତି ବ୍ୟକ୍ତି, କିରଣ ରିଜିଜୁ ଶେୟାର କଲେ ଭିଡିଓ !

39

ଅରୁଣାଚଳପ୍ରଦେଶର ଜଣେ ମାଛ ବିକ୍ରେତାଙ୍କ କାମରେ ପ୍ରଭାବିତ ହୋଇ କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଦେଶରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ନେଇ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅରୁଣାଚଳପ୍ରଦେଶର ଏହି ଯୁବକ କରିଥିବା କାମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯୁବକଜଣଙ୍କ ମାଛ ବିକ୍ରି କରୁଥିବା ବେଳେ ଲୋକଙ୍କୁ ପଲିଥିନରେ ମାଛ ଦେବା ପରିବର୍ତ୍ତେ କଦଳୀ ପତ୍ରରେ ମାଛ ଦେଉଥିବା ସେୟାର କରାଯାଇଥିବା ଭିଡିଓରେ ଦେଖାଯାଇଛି ।

କିରଣ ରିଜ୍ଜୁ ସେୟାର କରିଥିବା ଭିଡିଓରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମକୁ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମନା କରିଛନ୍ତି । ସେଥିପାଇଁ ଆମେ ପତ୍ର ବ୍ୟବହାର କରୁଛୁ । କାରଣ ପ୍ଲାଷ୍ଟିକ ଏବେ ଆଉ ଉପଲବ୍ଧ ହେଉ ନାହିଁ ବୋଲି ଯୁବକଜଣଙ୍କ ଭିଡିଓରେ କହୁଥିବା ଦେଖାଯାଇଛି । ଯୁବକଜଣଙ୍କ ଅରୁଣାଚଳପ୍ରଦେଶର ରେପା ରାଡା ଜିଲ୍ଲାରେ ମାଛ ବିକ୍ରି କରନ୍ତି ବୋଲି ଜଣା ପଡ଼ିଛି । ଯୁବକଙ୍କ ଏହି ଭିଡିଓ ଅନେକଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଅନୁପ୍ରାଣିତ କରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More