Only for Entertainment

ଟି ସିରିଜ୍‌ର ସିଇଓ ଭୂଷଣ କୁମାରଙ୍କ ଉପରେ ମହିଳାଙ୍କ ଯୌନ ଶୋଷଣର ଅଭିଯୋଗ

youtube
28

ଏବେ ଟି ସିରିଜ୍‌ର ସିଇଓ ଭୂଷଣ କୁମାରଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ଭୂଷଣ କୁମାରଙ୍କ ଉପରେ ଜଣେ ମହିଳା ଏକ ବେନାମ ଟ୍ଵିଟର ୟୁଜର ସୋସିଆଲ୍‌ ମିଡିଆ ଜରିଆରେ ନିଜ ସହିତ ଘଟିଥିବା ଘଟଣାର ଖୁଲାସା କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଭୂଷଣ କୁମାରଙ୍କ ସହିତ ଶୋଇବାକୁ ମନା କରିବାରୁ ତାଙ୍କୁ ଏକ ଫିଲ୍ମରୁ ବିଦା କରାଯାଇଥିଲା।

ଭୂଷଣ କୁମାରଙ୍କୁ ଇଣ୍ଡଷ୍ଟ୍ରିର ଜଣେ ମାଫିଆ ବୋଲି ଦର୍ଶାଇ ମହିଳା ଜଣକ ଲେଖିଛନ୍ତି ଯେ ତାଙ୍କୁ ଗୋଟିଏ ସିନେମା ପାଇଁ ଫାଇନାଲ୍‌ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ କୁହାଗଲା ଯେ ତିନିଟି ଫିଲ୍ମର ଡିଲ୍‌ କର। ତା’ପର ଦିନ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ନିଷ୍ପତ୍ତି ହୁଏ। ମହିଳା ଜଣକ ଖୁସିରେ ଘରକୁ ଫେରନ୍ତି। ମହିଳା କହିଛନ୍ତି ଯେ ଭୂଷଣ କୁମାର ତାଙ୍କୁ ଡାଇରେକ୍ଟ ମେସେଜ୍‌ କରିଥିଲେ ଓ ତାଙ୍କୁ ନିଜ ବଙ୍ଗଳାରେ ଆସି ଭେଟିବାକୁ କହିଥିଲେ। ଏହି ମେସେଜ୍‌ରେ ଲେଖା ଯାଇଥିଲା ଯେ ସେ ଏଭଳି ସଂପର୍କ ସନ୍ଧାନରେ ଅଛନ୍ତି,ଯେଉଁଥିରେ କାମ ସାଙ୍ଗକୁ ଆନନ୍ଦ ଥିବ। ଯଦି ସେ ଏଥିରେ ରାଜି ହୁଅନ୍ତି,ତେବେ ତାଙ୍କୁ ସୁପରଷ୍ଟାର୍‌ କରାଯିବ।

ଏହାର ପ୍ରତିବାଦ କରି ସେହି ନବାଗତା ଅଭିନେତ୍ରୀ ଜଣକ ଜଣାଇଥିଲେ,‘ମୁଁ କାମ ଓ ଆନନ୍ଦ ପାଇଁ କାହା ସହିତ ଶୁଏ ନାହିଁ।’ ଯଦି ଫିଲ୍ମ ପାଇବା ପାଇଁ ଏସବୁ କରିବାକୁ ପଡ଼ିବ,ତେବେ ମୁଁ ବ୍ୟାକ୍‌ ଆଉଟ୍‌ କରୁଛି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More