Only for Entertainment

୪୬ବର୍ଷ ପରେ ମୀନା କୁମାରୀଙ୍କ ଏହି ଫିଲ୍ମର ଗୀତ ଗାଇଛନ୍ତି ଆତିଫ ଅସଲମ, ମିତ୍ରୋଁ ପାଇଁ କରାଗଲା ରିକ୍ର୍ରିଏଟ !

youtube
0 45

କମାଲ ଅମରୋହିଙ୍କ ନିର୍ଦ୍ଦେଶନା ଏବଂ ମୀନା କୁମାରୀ ଅଭିନୀତ ଫିଲ୍ମ ‘ପାକିଜା’ ତ ଆପଣ ସମସ୍ତଙ୍କୁ ମନେ ଥିବ । ଏହି ଫିଲ୍ମର ଗୀତ ‘ଚଲତେ ଚଲତେ’ ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ଏହି ଗୀତ ଆଜି ମଧ୍ୟ ଲୋକମାନେ ଖୁବ ମନ ଦେଇ ଶୁଣନ୍ତି । ଏବେ ଏହି ଗୀତ ଫିଲ୍ମ ‘ମିତ୍ରୋ’ରେ ରିକ୍ରିଏଟ କରାଯିବ ।

ଗୀତରେ ପାକିସ୍ତାନୀ ସିଙ୍ଗର ଆତିଫ ଅସଲାମ ନିଜର କଣ୍ଠଦାନ କରିଛନ୍ତି । ଗୀତ ଲେଖିଛନ୍ତି ତନିଷା ବାଗଚି । ଏହି ଗୀତକୁ ଖୁବ ପସନ୍ଦ କରୁଛନ୍ତି । ପାକିଜା ଫିଲ୍ମରେ ଏହି ଗୀତକୁ ଲତା ମଙ୍ଗେସକର ଓ ମୟାହୁର ଶାୟର ଗାଇଛନ୍ତି ଏବଂ ଏହାକୁ ଲେଖିଛନ୍ତି କୈଫି ଆଜମୀ ।
ଗୀତ ଖୁବ ମେଲୋଡିୟସ ଥିବା ବେଳେ , ଗୀତରେ କେବଳ ଅରିଜନଲ ଗୀତର ମୁଖଡା ରହିଛି ମାତ୍ର ଅନ୍ୟ ସମସ୍ତ ଲିରିକ୍ସ ଭିନ୍ନ ରହିଛି । ଗୀତରେ ଜାକି ଭଗନାନୀ ଏବଂ କୃତିକା କାମରାଙ୍କ ପ୍ରେମ ଦେଖିବାକୁ ମିଳିଛି । ଗୀତରେ ଦୁହିଁଙ୍କ କେମେଷ୍ଟ୍ରି ନଜର ଆସିଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ନିତିନ କକ୍କର । ସେ ଏହା ପୂର୍ବରୁ ଫିଲ୍ମିସ୍ତାନ ଭଳି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏହି ଫିଲ୍ମର ପୋଷ୍ଟର ରିଳିଜ ହୋଇଯାଇଛି ଏବଂ ସେପ୍ଟେମ୍ବର ୧୪ରେ ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More