Only for Entertainment

ମଣିଷକୁ ମହୁର ଠିକଣା ବତାଉଥିବା ପକ୍ଷୀ !

National Audubon Society
0 39

ପ୍ରକୃତି ଏବଂ ମଣିଷର ସମ୍ପର୍କ ସତରେ ଅତୁଟ । ମୋଜାମ୍ବିକରେ ଏପରି ଏକ ପକ୍ଷୀ ଅଛି, ଯିଏ ମଣିଷକୁ ପ୍ରଥମେ ଖୋଜିଥାଏ ଏବଂ ପରେ ତାକୁ ରାସ୍ତା ଦେଖାଇ ମହୁବସା ଥିବା ଗଛ ନିକଟକୁ ନେଇଯାଇଥାଏ । କଥା କ’ଣ କି, ଏପରି କରିବା ପଛରେ ଦୁଇ ଜଣଙ୍କର ଫାଇଦା ଥାଏ । ଲୋକେ ମହୁ ମାଛି ବସାରୁ ମହୁ କାଢିନେଇଥାନ୍ତି ଏବଂ କିଛି ପକ୍ଷୀଟି ପାଇଁ ଛାଡ଼ି ଦେଇଥାନ୍ତି । ଏହି ପକ୍ଷୀକୁ ମୋଜାମ୍ବିକରେ ‘ହନିଗାଇଡ’ ଅର୍ଥାତ ମହୁଲ ଠିକଣା ବତାଉଥିବା ପକ୍ଷୀ ବୋଲି କୁହାଯାଇଥାଏ ।

honey guide

୧୯୮୦ ଦଶକରେ କେନିଆର ଏକୋଲୋଜିଷ୍ଟ ହୁର୍ସେକ ଇନସାକ ପ୍ରଥମ ଥର ପାଇଁ ମଣିଷ ଏବଂ ଏହି ପକ୍ଷୀଟି ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଉଜାଗର କରିଥିଲେ । ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷିଣ ଆଫ୍ରିକାର କେପଟାଉନ ବିଶ୍ୱବିଦ୍ୟାଳୟର ଏକ ମିଳିତ ଗବେଷଣାରୁ ଏହା ଜାଣିବାକୁ ମିଳିଥିଲା ଯେ, ମହୁବସାରୁ ମହୁ ବାହାର କରିନେବା ପରେ ବସାରେ ରହିଥିବା ଲାର୍ତ୍ତା, ବୈକ୍ସ ଏବଂ ଅଣ୍ଡାକୁ ପକ୍ଷୀଟି ଖାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More