Only for Entertainment

ଦୁନିଆର ସବୁଠାରୁ ଛୋଟ ଘୋଡା, ଲମ୍ବ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ !

navbharat times
35

ଘୋଡାର ଶକ୍ତି ଏବଂ ତା’ର ଗତି ବିଷୟରେ ସମସ୍ତଙ୍କୁ ଜଣା । ରେସ କୋର୍ସକୁ ନେଇ ସାଧାରଣ ରାଜରାସ୍ତାରେ ଆପଣ ଅନେକ ଘୋଡା ଦେଖିଥିବେ । ସାଧାରଣତଃ ଘୋଡାର ଲମ୍ବ ୪ରୁ ୫ଫୁଟ ହୋଇଥାଏ । କିନ୍ତୁ କ’ଣ ଆପଣ ଦୁନିଆର ସବୁଠାରୁ ଛୋଟ ଘୋଡା ବିଷୟରେ ଜାଣିଛନ୍ତି ? ଏହି ଘୋଡାର ନାଁ ବମ୍ବେଲ ଅଟେ ଏବଂ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଘୋଡା କେବଳ ୧ଫୁଟ ୧୦ଇଂଚ ଲମ୍ବା ଅଟେ ।

ବମ୍ବେଲ ପୋଲାଣ୍ଡରେ ବାସ କଳେ ଏବଂ ଏହାର ନାଁ ଦୁନିଆର ସବୁଠାରୁ ଛୋଟ ଘୋଡା ରୁପରେ ଗିନୀଜ ବୁକରେ ରେକର୍ଡ ରହିଛି । ବମ୍ବେଲର ଲମ୍ବ ୫୬.୭ସେଂଟିମିଟର ଅର୍ଥାତ ୧ଫୁଟ ୧୦ଇଂଚ ଅଟେ , ଯାହା ଆଶ୍ଚର୍ଯ୍ୟଜନକ ଅଟେ । ଏହି ଘୋଡା କାସକାଡା ଫାର୍ମହାଉସରେ ରହୁଛି ।

ବମ୍ବେଲର ମାଲିକ ପ୍ୟାଟ୍ରିକ ଏବଂ କ୍ୟାଟରଜାଇନା ଅଟନ୍ତି । ସେ ପ୍ରଥମଥର ବମ୍ବେଲକୁ ୨୦୧୪ରେ ଦେଖିଥିଲେ । ସେ ସେତେବେଳକୁ ୨ମାସର ହୋଇଥିଲା । କ୍ୟାଟରଜାଇନାଙ୍କ କହିବା ମୁତାବକ ଆରମ୍ଭରୁ ଲାଗୁଥିଲା ବମ୍ବେଲ ସହ କିଛି ଅସୁବିଧା ରହିଛି । କିନ୍ତୁ ପରେ ଏହା ଅନୁଭବ ହୋଇଥିଲା ଯେ ଏହାର ଉଚ୍ଚତା ବୃଦ୍ଧି ହେଉନାହିଁ ।

ବମ୍ବେଲ ବଡ ଘୋଡା ମାନଙ୍କ ସହ ରହୁଥିବା କ୍ୟାଟରଜାଇନା କହିଛନ୍ତି । ଯେଉଁଭଳି ଆମେରିକା ହସ୍ପିଟାଲକୁ ଇମୋସନାଲ ସପୋର୍ଟ ପାଇଁ ଘୋଡାକୁ ବ୍ୟବହାର କରାଯାଏ । ସେହିଭଳି ବମ୍ବେଲକୁ ମଧ୍ୟ ହସ୍ପିଟାଲ ପଠାଇବା ଆରମ୍ଭ ହୋଇଛି ।

ତେବେ ଏଠାରେ ଆମେ ଜଣାଇ ରଖୁଛୁ ଯେ ବମ୍ବେଲ ପୂର୍ବରୁ ପ୍ରଥମେ ଆଉ ଏକ ଘୋଡା ଥିଲା ଯାହାର ନା’ ଥମ୍ବେଲିନା ଥିଲା । ଏହି ଘୋଡାର ୨୦୧୮ରେ ମୃତ୍ୟୁ ହୋଇଯାଇଥିଲା । ଏହି ଘୋଡାର ଲମ୍ବା ମାତ୍ର ୪୪.୫ସେଂଟିମିଟର ଅର୍ଥାତ ୧ଫୁଟ ୫ଇଂଚ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More