Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ ଯେଉଁ ପରସ୍ପରକୁ ହ୍ୱିସିଲ ବଜାଇ ଡାକିଥାନ୍ତି ଲୋକେ ।

thehindu
0 32

ଯଦି କାହାକୁ ଡାକିବା ପାଇଁ ଆପଣ ସିଟି ବଜାନ୍ତି, ତେବେ ଏହାକୁ ଖରାପ ବ୍ୟବହାରର ଆଖ୍ୟା ଦିଆଯାଇଥାଏ । ହେଲେ ଆମ ଦେଶରେ ଏପରି ଏକ ଗ୍ରାମ ଅଛି, ଯେଉଁଠାରେ ଲୋକେ ପରସ୍ପରକୁ ଡାକିବା ପାଇଁ ସିଟି ବଜାଇଥାନ୍ତି । ଏଥିପାଇଁ ଏହି ଗ୍ରାମର ନାମ ‘ହ୍ୱିସଲିଙ୍ଗ ଭିଲେଜ’ ମଧ୍ୟ ରଖାଯାଇଛି । ଏହି ଗ୍ରାମ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟର ଅତ୍ୟନ୍ତ ସୌନ୍ଦର୍ଯ୍ୟଭରା ପରିବେଶ ମଧ୍ୟରେ ଅବସ୍ଥିତ । ଏହାର ନାମ ହେଉଛି କାଙ୍ଗଥାନ ।

piicc

ମେଘାଳୟର ପୂର୍ବାଞ୍ଚଳ ଜିଲା ଖାସୀ ଠାରେ ଅବସ୍ଥିତ କାଙ୍ଗଥାନ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଆଉ ଜଣକୁ ଡାକିବା ପାଇଁ ସିଟିର ପ୍ରୟାସ କରିଥାନ୍ତି । ଏହି ଗ୍ରାମର ପ୍ରତ୍ୟେକ ଲୋକଙ୍କ ୨ଟି ନାମ ହୋଇଥାଏ । ପ୍ରଥମ ନାମଟି ମଣିଷଙ୍କ ନାମ ପରି ହୋଇଥିବା ବେଳେ ଦ୍ୱିତୀୟଟି ହ୍ୱିସିଲ ଟ୍ୟୁନର ନାମ ହୋଇଥାଏ । ଏଥିପାଇଁ ଗାଁର ଲୋକେ ପରସ୍ପରକୁ ହ୍ୱିସିଲ ବଜାଇ ଡକାଇଥାନ୍ତି ।

ଗ୍ରାମରେ ପିଲାଟି ଯେତେବେଳେ ଜନ୍ମ ହୋଇଥାଏ, ସେତେବେଳେ ତାର ମା’ ତାକୁ ହ୍ୱିସିଲର ଏକ ଟ୍ୟୁନ ଦେଇଥାଏ । ଧିରେଧିରେ ପିଲାଟି ତା ସହ ଅଭ୍ୟସ୍ତ ହୋଇଯାଇଥାଏ । ଗ୍ରାମରେ ଏବେ ୧୦୯ଟି ପରିବାର ରହୁଥିଲାବେଳେ ମୋଟ ୬୨୭ ଜଣ ଲୋକ ବସବାସ କରନ୍ତି । ସମସ୍ତଙ୍କର ଅଲଗା ଅଲଗା ଟ୍ୟୁନ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More