Only for Entertainment

ପଦ୍ମାବତକୁ ନେଇ ମଜାଦାର ଖୁଲାସା, ରଣବୀରଙ୍କ ସ୍ଥାନରେ ଦୁଇଥର ଅଭିନୟ ତୁଲାଇଥିଲେ ମିଜାନ ଜାଫରୀ !

30

ଅଭିନେତା ଜାବେଦ ଜାଫରୀଙ୍କ ପୁଅ ମିଜାନ ଜାଫରୀ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ମଲାଲରୁ ଡେବ୍ୟୁ କରୁଛନ୍ତି । କିନ୍ତୁ ଟେକ୍ନିକାଲି ଦେଖିବାକୁ ଗଲେ ପଦ୍ମାବତରେ ମଧ୍ୟ ସେ ଅଭିନୟ କରିଛନ୍ତି ।

ଅସଲରେ ମିଜାନ ସଂଜୟ ଲୀଲା ଭଂସାଲୀଙ୍କ ସହ ପଦ୍ମାବତ ସେଟରେ ଆଷିଷ୍ଟାଂଟ ଭାବେ କାମ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ପଦ୍ମାବତରେ ରଣବୀରଙ୍କ ବଡି ଡବଲ ମଧ୍ୟ ହୋଇଛନ୍ତି । ଅସଲରେ ଏକ ଚାଟ ଶୋ’ରେ ମିଜାନ ଏକ ଖୁଲାସା କରିଥିଲେ । ସେ କହିଛନ୍ତି ଯେ ଏକ ବ୍ରାଣ୍ଡ ସୁଟ ପାଇଁ ହଠାତ ରଣବୀର ସିଂଙ୍କୁ ବାହାରକୁ ଯିବାକୁ ପଡିଥିଲା ଏବଂ ସେହି ସମୟରେ କିଛି ଜରୁରୀ ସୁଟ ହେବାର ମଧ୍ୟ ଥିଲା ।


ସୁଟିଂରେ କିଛି ଅସୁବିଧା ନ ହେଉ ସଂଜୟଙ୍କୁ ଏକ ଆଇଡିଆ ଆସିଲା । ସେ ମିଜାନଙ୍କୁ ରଣବୀର ସିଂଙ୍କ ଗେଟଅପରେ ସୁଟ କରିଥିଲେ । ମିଜାନ ଏହାପରେ କହିଛନ୍ତି ଯେ ସେ ତାଙ୍କୁ ରଣବୀରଙ୍କ ହାବଭାବ ଶିଖା ଗଲା ଏବଂ ଲାଇନ୍ସ ଘୋଷାଗଲା । ଏହାପରେ ଏଭଳି ଦୁଇଟି ସିନ୍ରେ ରଣବୀର ସିଂଙ୍କ ସ୍ଥାନରେ ମିଜାନ ଅଛନ୍ତି ।

ମିଜାନଙ୍କ ଲୁକ୍ସ ଏବଂ ପର୍ସନାଲିଟି ମଧ୍ୟ ରଣବୀର ସିଂଙ୍କ ସହ ମ୍ୟାଚ କରେ । ଏବେ ଦେଖିବା ଯେ ମିଜାନଙ୍କ ଫିଲ୍ମ ମଲାଲ ଦର୍ଶକଙ୍କ କେତେ ଆକୃଷ୍ଟ କରିପାରୁଛି । ଫିଲ୍ମ ମଲାଲ ୫ଜୁଲାଇରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More