Only for Entertainment

‘ଭାରତ’ର ସୁଟିଂ ସେଟରୁ ସାମ୍ନାକୁ ଆସିଲା ନୂଆ ଫଟୋ, ସଲମାନ ଖାନ ଏବଂ ଅଲ୍ଲୀ ଅବାସ ଜଫରଙ୍କ ସହିତ ନଜର ଆସିଲେ ଫିଲ୍ମର କଳାକାର ।

bollywood life
31

ବଲିଉଡ ଅଭିନେତା ସଲମାନ ଖାନ ଏବେ ନିଜର ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ମାଲ୍ଟା ଏବଂ ଆବୁ ଧାବିର ସୁ ନ୍ଦର ସୁନ୍ଦର ଲୋକେସନରେ ଫିଲ୍ମର ସୁଟିଂ ଶେଷ ହୋଇଥିବା ବେଳେ ଏବେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ବାକି ସୁଟିଂ କରାଯାଉଛି । ନିକଟରେ ସଲମାନ ଖାନ ଉତ୍ତର ପ୍ରଦେଶରେ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସର ସୁଟିଂ କରିଛନ୍ତି ।

ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଥିବା ମୟଙ୍ଗ ଚାଙ୍ଗ ନିକଟରେ ଇଂଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ସହିତ ସଲମାନ ଖାନ, ଦିଶା ପଟାନୀ, ସୁନିଲ ଗ୍ରୋଭର ଏବଂ ଫିଲ୍ମର ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜଫର ନଜର ଆସିଛନ୍ତି । ଫଟୋକୁ ସେୟାର କରି ମୟଙ୍ଗ କ୍ୟାପସନରେ ଲେଖିଥିଲେ ଆଶା କରୁଛି ଆପଣଙ୍କ ଦିୱାଲି ଧମାଲ ହୋଇଥିବ । କିନ୍ତୁ ଅସଲି ଧମାକା ଇଦରେ ହେବ ।

କହିରଖୁଛୁ ଯେ, ଫିଲ୍ମରେ ସଲମାନ ଖାନଙ୍କ ଅପୋଜିଟରେ କ୍ୟାଟ୍ରିନା କୈଫ ନଜର ଆସିବେ । ଏହା ସହିତ ତବୁ ଏବଂ ଜ୍ୟାକି ଶ୍ରଫଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ବରୁଣ ଧୱନ ସ୍ପେଶାଲ ଆପିୟରାନ୍ସରେ ନଜର ଆସିବେ । ତେବେ ଦେଖିବାକୁ ବାକି ରହିଲା ଫିଲ୍ମ ଦର୍ଶକୁ କେତେ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More