Only for Entertainment

କେଉଁ ସବୁ କଥା ହେବାପାଇଁ ପସନ୍ଦ କରନ୍ତି ନାହିଁ ପୁରୁଷ !

singleinthecity
0 43

କଥାରେ ଅଛି ମହିଳାମାନଙ୍କ ମନର କଥା ଜାଣିବା ଅସମ୍ଭବ ତେବେ ଏକ ଗବେଷଣାରୁ ଜଣାପଡ଼ିଛି ପ୍ରକୃତରେ ପୁରୁଷମାନଙ୍କ ମନର କଥା ଜାଣିବା ଅସମ୍ଭବ । ବାସ୍ତବରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ରହସ୍ୟମୟ । ଅନେକ ସମୟରେ ପୁରୁଷମାନେ ବହୁତ ଜିନିଷକୁ ଗୁପ୍ତରେ ରଖିଥାନ୍ତି । ଏପରିକି ସେ ତାଙ୍କ ଅନ୍ତରଙ୍ଗ ସାଥୀ, ପ୍ରେମିକା ଏବଂ ପତ୍ନୀଙ୍କୁ କହିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ପୁରୁଷଙ୍କ ମନରେ ଲୁଚି ରହିଥିବା ଅଜଣା କଥା ।

ପୁରୁଷମାନେ କେବେ ବି ସେମାନଙ୍କ ନିଜର ଦକ୍ଷତା ବିଷୟରେ କହା ସମ୍ନାରେ ପ୍ରକାଶ କରି ନଥାନ୍ତି । ସେମାନେ ସର୍ବଦା ନିଜକୁ ପରଫେକ୍ଟ ଦେଖାଇବା ପାଇଁ ଚେଷ୍ଟା କରିଥାନ୍ତି । କିଛି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଡ଼ର ଲାଗୁଥିଲେ କିମ୍ବା କିଛି ପ୍ରଶ୍ନର ଉତ୍ତର ଆସୁ ନଥିଲେ ମଧ୍ୟ ସେ ସବୁ କିଛି ଜାଣିଲା ଭଳି ବ୍ୟବହାର କରିଥାନ୍ତି ।

ତେବେ, ସାଧାରଣତଃ କୁହାଯାଇଥାଏ ମହିଳାମାନେ ପ୍ରଶଂସାର ଭୋକିଲା ଥାଆନ୍ତି । କିନ୍ତୁ ପ୍ରକୃତରେ ମହିଳାମାନଙ୍କ ତୁଳନାରେ ପୁରୁଷ ଅଧିକ ପ୍ରଶଂସା ଶୁଣିବା ପାଇଁ ପସନ୍ଦ କରିଥାନ୍ତି । ପୁରୁଷମାନେ ଯେତେବେଳେ ବି ପ୍ରେମିକା କିମ୍ବା ପତ୍ନୀଙ୍କର ପ୍ରଶଂସା କରିଥାନ୍ତି ତାହା ମଧ୍ୟରେ ନିଶ୍ଚିତ କିଛି ଗୁମରର କଥା ରହିଥାଏ । ସେମାନେ କେବେ ମଧ୍ୟ ସ୍ୱଇଛାରେ ସାଥୀଙ୍କର ପ୍ରଶଂସା କରି ନଥାନ୍ତି ।

କୌଣସି ପୁରୁଷଙ୍କୁ ନା ଶୁଣିବା ଏବଂ କହିବା ପାଇଁ ପସନ୍ଦ ନଥାଏ। ସେମାନେ ସବୁବେଳେ ସେମାନଙ୍କ ପ୍ରଶ୍ନର ଉତ୍ତର ହିଁ ଶୁଣିବା ପାଇଁ ଚାହିଥାନ୍ତି । ପୁରୁଷମାନଙ୍କୁ ଯେକୌଣସି ବିଷୟରେ ପଚାରଗଲେ ସେ ତା ପାଇଁ ଏକ ଉତ୍ତର ଭାବି ରଖିଥାନ୍ତି ।

ସେ ମିଛ ହେଉ ବା ସତ ତାଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଥାଏ । ପୁରୁଷମାନେ ସେମାନଙ୍କ ସାଥୀ ଏବଂ ସାଙ୍ଗଙ୍କୁ ଜଣାଇବା ପାଇଁ ଚାହାନ୍ତି କି ସେ ସବୁ କାମ ପାଇଁ ଫିଟ ଏବଂ ପରଫେକ୍ଟ । ପୁରୁଷମାନେ କେବେ ମଧ୍ୟ ନିଜ ମନ କଥା ଆଉ କାହା ସମ୍ନାରେ କହି ନଥାନ୍ତି । ଯଦି କାହା ବିଷୟରେ କିଛି ଭଲ କିମ୍ବା ଖରାପ କଥା ଶୁଣି ଛନ୍ତି ସେ ତାକୁ ଅନ୍ୟ କାହା ସମ୍ମୁଖରେ କହିବା ପାଇଁ ଭଲ ପାଆନ୍ତି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More