Only for Entertainment

କରଣ ଓବରୟଙ୍କ ଉପରେ ଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଆରୋପ ଲଗାଇଥିବା ମହିଳା ଗିରଫ !

48

ଟିଭି ଅଭିନେତା କରଣ ଓବରୟଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଥିବା ମହିଳା ତାନ୍ତ୍ରିକ ଏବଂ ହିଲରଙ୍କୁ ମୁମ୍ବାଇ ପୁଲିସ ୧୭ଜୁନ ଅର୍ଥାତ ଆଜି ଗିରଫ କରିଛି । ମହିଳା ଜଣକ ୨୫ମଇ ନିଜ ଉପରେ ପ୍ଲାଣ୍ଡ ହମଲା କରିଥିଲେ ଏବଂ ଏହାପରେ ମିଛ ମାମଲା ରୁଜୁ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ପ୍ଲାନ ମୁତାବକ, ଯେତେବେଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ ସେହି ସମୟରେ ଦୁଇ ଜଣ ଯୁବକ ତାଙ୍କ ଉପରେ ପେପର କଙ୍କରରେ ହମଲା କରିଥିଲେ ଏବଂ ଏସିଡ ପକାଇବାର ଧମକ ଦେଇଥିଲେ ଏବଂ ଗୋଟେ ଚିଠି ପକାଇ ଯାଇଥିଲେ ଯେଉଁଥିରେ ଲେଖାଥିଲା କେସ ଉଠାଇ ନେବା ପାଇଁ । ଦୁଇ ଦିନ ପରେ ସିସିଟିଭି ସାହାଯ୍ୟରେ ପୁଲିସ ହମଲା କରିଥିବା ଚାରି ଜଣ ଯୁବକଙ୍କୁ ଗିରଫ କରିଥିଲେ । ସେଥିମଧ୍ୟରୁ ଜଣେ ମହିଳାଙ୍କ ଓକିଲର ସମ୍ପର୍କୀୟ ଥିଲେ ।

ସେ କହିଥିଲେ ଯେ ମହିଳା ଜଣକ ଏଭଳି ପ୍ଲାଣ୍ଡ ହମଲା କରିବାକୁ କହିଥିଲେ ଏବଂ ୧୦ହଜାର ଟଙ୍କା ମଧ୍ୟ ଦେଇଥିଲେ ।
ମାତ୍ର ଗିରଫ ହେବା ପରେ ମହିଳା ଜଣକ ସବୁ ମିଛ ବୋଲି କହିଥିଲେ ଏବଂ ସେ ପୁଲିସଙ୍କୁ କହିଛନ୍ତି ଯେ ତାଙ୍କ ଏକ୍ସ ଲୟର ତାଙ୍କୁ ଫଶାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More