Only for Entertainment

ରିଲିଜ ହେଲା ହିନ୍ଦୀ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମେରେ ଆସ୍ ପାସ୍’, ଦେଖନ୍ତୁ ଭିଡିଓ

Charmboard
78

ବଲିଉଡ୍ ସୁନ୍ଦରୀ ସୋନାଲ୍ ଚୌହ୍ୱାନଙ୍କୁ ନେଇ ମୁକ୍ତିଲାଭ କରିଛି ଏକ ମନଛୁଆଁ ରୋମାଂଟିକ୍ ମ୍ୟୁଜିକ୍ ଭିଡିଓ ‘ମେରେ ଆସ୍ ପାସ୍’ । ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତଟି ୟୁଟୁବରେ ରିଲିଜ୍ ହୋଇଛି । ଗୀତରେ ଶୁଣିବାକୁ ମିଳିଛି ୟାଶିର୍ ଦୋଶାଇ ଏବଂ ଜ୍ୟୋତିକା ତାଙ୍ଗ୍ରିଙ୍କ ଆକର୍ଷଣୀୟ ଗାୟିକୀ ।

ଏହି ମନଛୁଆଁ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଘ୍ରର‌୍ୟ ଓ ସଂଜୀବ ଚତୁବ୍ରେଦୀ । ଗୀତର ଲିରିକ୍ସ ଦେଇଛନ୍ତି ସଂଜୀବ ଚତୁବ୍ରେଦି । ବନାରସ ମିଡିଆ ୱର୍କ ପ୍ରଡକ୍ସନ୍ ଏହି ଗୀତର ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ପ୍ରଯୋଜନା କରିଛନ୍ତି ଅନୁରାଗ ବେଦି । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ରିଲିଜ୍ ହେବାର ମାତ୍ର କିଛି ଘଂଟା ଭିତରେ ଏହି ଗୀତକୁ ୪ ମିଲିଅନରୁ ଉଦ୍ଧ୍ୱର୍ ଦର୍ଶକ ଦେଖି ସାରିଲେଣି । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More