Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ର ଫାଷ୍ଟ ଲୁକ, ଏହି ଦିନ ହେବ ରିଲିଜ

taran adarsh twitter post
31

‘ରଙ୍ଗ ଦେ ବସନ୍ତି’, ‘ଦିଲ୍ଲୀ ୬’ ପରି ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ଫିଲ୍ମ ‘ମେର ପ୍ୟାରେ ପ୍ରାଇମ ମିନିଷ୍ଟର’ ଖୁବ ଶୀଘର ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ପ୍ରଥମ ଲୁକ୍ ଜାରି କରାଯାଇଛି । ଏହି ପୋଷ୍ଟରରେ ଫିଲ୍ମର ଲିଜ ଅଭିନେତ୍ରୀଙ୍କୁ ଜଣେ ଛୁଆ ସହିତ ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ ସହିତ ଫିଲ୍ମର ରିଲିଜ ଡେଟର ମଧ୍ୟ ଖୁଲାସା କରାଯାଇଛି ।

ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧୫ରେ ରିଲିଜ ହେବ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମର ପୋଷ୍ଟର ସହିତ ଫିଲ୍ମର ରିଲିଜ ଡେଟ ବିଷୟରେ ସୂଚନା ଦେଇଥିଲେ । ପୋଷ୍ଟର ସେୟାର କରି ସେ ଲେଖିଥିଲେ, ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ପ୍ରଥମ ଲୁକ ଜାରି । ଫିଲ୍ମରେ ଅଞ୍ଜଳି ପାଟିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ମ୍ୟୁଜିକ ଶଙ୍କ-ଏହସାନ-ଲଏ ଦେଇଛନ୍ତି । ଲିରିକ୍ସ ଲେଖିଛନ୍ତି ଗୁଲଜାର’ ।

କହିରଖୁଛୁ ଯେ, ଗତବର୍ଷ ବିଶ୍ୱ ଟଏଲେଟ ଡେ ଅବସରରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରେ ଜଣେ ଛୁଆ ନିଜ ମା’ ସହିତ ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More