Only for Entertainment

ରିଲିଜ ହେଲା ‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ର ରୋମାଂଚକର ମେକିଂ ଭିଡିଓ !

81

‘ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ର ନିର୍ମାତା ଫିଲ୍ମ ମେକିଂର ରୋମାଂଚକର ଭିଡିଓ ରିଲିଜ କରିଛନ୍ତି , ଯେଉଁଥିରେ ଖଣ୍ଡବୋ ସ୍ଲମର ୮ବର୍ଷ କାହ୍ନୁର ରୋମାଂଚକର ଯାତ୍ରାକୁ ଦର୍ଶାଯାଇଛି କି କିଭଳି ଖଣ୍ଡବୋ ସ୍ଲମ କାହ୍ନୁର ଘର ହେଉଛି ଏବଂ ଏହା ସହ ସମସ୍ତ ଚ୍ୟାଲେଂଜକୁ ସ୍ୱୀକାର କରି ଖଣ୍ଡବୋ ସ୍ଲମରେ ସୁଟିଂ କରିବାର ରୋମାଂଚକ ଯାତ୍ରା ଦେଖାଯାଇଛି ।

ଏହି ଫିଲ୍ମ ଜରିଆରେ ଦେଶରେ ଖୋଲା ଶୌଚାଳୟ ଏବଂ ସ୍ୱଚ୍ଛତାର ସମସ୍ୟାର ସମାଧାନ ଏକ ଛୋଟ ପିଲାର କାହାଣୀ ମାଧ୍ୟମରେ ଦେଖା ଯାଇଛି, ଯିଏ ତା ମା ପାଇଁ ଶୌଚାଳୟ ବନାଇବାକୁ ଚାହିଁଛି । ରାଷ୍ଟ୍ରୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଅଂଜଲି ପାଟିଲ. ଉଳନ୍ଦର ଦେଶପାଣ୍ଡେ, ରସିକା ଅଗାଶେ, ସୋନିୟା ଅଲ୍ୱିଜୁରୀ ଏବଂ ନଚିକେତ ପୁର୍ଣାପତ୍ରେ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମକୁ ୧୫ମାର୍ଚ୍ଚ ୨୦୧୯ରେ ରିଲିଜ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More