Only for Entertainment

ଫିଲ୍ମ ‘ ମେରେ ପ୍ୟାରେ ପ୍ରାଇମ ମିନିଷ୍ଟର’ ସ୍ୱଚ୍ଛତା ସମସ୍ୟାକୁ ଉଜାଗର କରିବ ।

bollywood tadka
26

ସ୍ୱଚ୍ଛତା ଅଭିଯାନ କେତେକ ସଂସ୍ଥା ଆରମ୍ଭ କରିଛନ୍ତି ଏବଂ ଭଲ କାମ ମଧ୍ୟ କରୁଛନ୍ତି । ସ୍ୱଚ୍ଛତା ସମସ୍ତଙ୍କୁ ପସନ୍ଦ କିନ୍ତୁ କେହି ମଧ୍ୟ ସଫା କରିବାକୁ ଚାହାଁନ୍ତି ନାହିଁ । କିନ୍ତୁ କେତେକ ସଂସ୍ଥା ଅଛନ୍ତି ଯେଉଁମାନେ ଏସବୁକୁ ଉତ୍ସାହିତ କରୁଛନ୍ତି । ଏଭଳି କିଛି ଫିଲ୍ମ ‘ମେରେ ପ୍ରାଇମ ମିନିଷ୍ଟର’ରେ ନଜର ଆସିବ । ବାହାରେ ଶୌଚଭଳି ବୃହତ ସମସ୍ୟା ଉପରେ ଆଧାରିତ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ଫିଲ୍ମ ‘ମେରେ ପ୍ରାଇମ ମିନିଷ୍ଟର’ ୧୫ ମାର୍ଚ୍ଚକୁ ରିଲିଜ ହେବ । ଖାସ କଥା ହେଉଛିଯେ ଏହି ଫିଲ୍ମ ରୋମ ଫିଲ୍ମ ମହୋତ୍ସବରେ ଭାରତର ନୁହେଁ ବରଂ ଏସିଆକୁ ଉପସ୍ଥାପନା କରିଥିଲା ।

ସ୍କ୍ରିନିଙ୍ଗ ପରେ ଛିଡ଼ା ହୋଇ ଲୋକ ଖୁବ କରତାଳି ଦେଇଥିଲେ ଏବଂ ଏହାକୁ ୪ ଷ୍ଟାର ମିଳିବା ସହିତ ଖୁବ ପ୍ରଶଂସା ମଧ୍ୟ କରାଯାଇଥିଲା । ଏହି ଫିଲ୍ମରେ ମା ଏବଂ ପୁଅର ସୁନ୍ଦର ସଂପର୍କକୁ ମଧ୍ୟ ଦର୍ଶାଯାଇଛି । ମା ଏବଂ ପୁଅ ମିଶି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଦୃଶ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More