Only for Entertainment

ରିଲିଜ ହେଲା ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର

Aaj Tak
28

ପରଦାକୁ ଆସିଲା ଅପକମିଂ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍ ମିନିଷ୍ଟର’ ଟ୍ରେଲର । ୨ ମିନିଟ ୩୦ ସେକେଣ୍ଡ ଭିଡ଼ିଓରେ ୮ ବର୍ଷର ପୁଅର କାହାଣୀକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର କାହଣୀ ସ୍ୱଚ୍ଛତା ଉପରେ ଆଧାରିତ । ଯାହାର ଟ୍ରେଲରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ଫିଲ୍ମର କାହାଣୀ ହେଉଛି ଜଣେ ୮ ବର୍ଷର ପୁଅ କାହ୍ନୁର ଯେ ନିଜ ମା’ ସହ ମୁମ୍ବାଇର ଏକ ବସ୍ତିରେ ରହୁଥାଏ । କାହଣୀରେ ସେତେବେଳେ ପରିବର୍ତ୍ତନ ଆସିଥାଏ ଯେତେବେଳେ ତା’ର ମା’ ଖୋଲାରେ ଶୌଚ ପାଇଁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥାଏ । ଯାହା ପରେ କନୁ ମା’ ପାଇଁ ଶୌଚାଳୟ ତିଆରି କରିବାକୁ ପ୍ରଧାନନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥାଏ । ଚିଠିରେ କନୁ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବ ଯଦି ଆପଣଙ୍କ ମା’ ସହିତ ଏପରି ହୋଇଥାନ୍ତା ଆପଣଙ୍କୁ କିପରି ଲାଗିଥାନ୍ତା । ଟ୍ରେଲରେ କମେଡ଼ି ସିନ ମଧ୍ୟ ସ୍ଥାନ ପାଇଛି । ରାକେଶ ଓମପ୍ରକାଶ ମେହେରା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ୧୫ ମାର୍ଚ୍ଚରେ ପରଦାକୁ ଆସିବ ଫିଲ୍ମ ।

କହିରଖୁଛୁ ଯେ, ଫିଲ୍ମର ନିର୍ଦ୍ଦେଶକ ଓମ ପ୍ରକାଶ ମେହରା ଭାଗ ମିଲଖା ଭାଗର ସୁଟିଂ ସାରି ଫେରୁଥିବା ବେଳେ ଏହି ଫିଲ୍ମର ନିର୍ମାଣ କରିବାର ଆଇଡିଆ ମନକୁ ଆସିଥିଲା । ସେ ଦେଖିଥିଲେ ଯେ, ଜଣେ ମହିଳା ଖୋଲାରେ ଶୌଚ କରୁଥିଲେ ଗାଡି ଆସିବା ଦେଖିବା ପରେ ସେ ସେ ଠାରୁ ଉଠି ଯାଇଥିଲେ । ରାକେଶ କହିଛନ୍ତି ଯେ ଭାରତରେ ୫୦ ପ୍ରତିଶତ ଦୁଷ୍କର୍ମ ହେବାର ମୁଖ୍ୟ କାରଣ ହେଉଠି ଖୋଲାରେ ଶୌଚ କରିବା ପାଇଁ ହୋଇଥାଏ ।

ରାକେଶ ଓମପ୍ରକାଶଙ୍କ ଏହି ଫିଲ୍ମର କନସେପ୍ଟକୁ ନେଇ ବିବାଦ ଦେଖାଦେଇଛି । ଫିଲ୍ମର ରାଇଟର ମନୋଜ ମୈରତା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଫିଲ୍ମରେ କ୍ରେଡିଟ ଦିଆଯାଇନାହିଁ । ଏହି ମାମଲା ଏବେ କୋର୍ଟରେ ପହଁଚିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More