Only for Entertainment

ମଦରେ ଅଭ୍ୟସ୍ତ ଥିଲେ ଏହି ଅଭିନେତ୍ରୀ,ବାପାଙ୍କର ଗୋଟିଏ ବାର୍ତ୍ତା ବଦଳାଇ ଦେଲା ଜୀବନ ।

india today
0 63

୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ପୂଜା ଭଟ୍ଟ ଜଣେ । ‘ଦିଲ ହୈ କେ ମାନତା ନେହିଁ,ସଡ଼କ,ଜଖ୍ମ’ତାଙ୍କ ହିଟ ଫିଲ୍ମ ମଧ୍ୟରେ ସାମିଲ ରହିଛି । ମହେଶ ଭଟ୍ଟଙ୍କ ଝିଅ ଏବଂ ଆଲିୟା ଭଟ୍ଟଙ୍କ ଭଉଣୀ ପୂଜା ୨୪ ଫେବୃୟାରୀ ୧୯୭୨ରେ ଜନ୍ମ ହୋଇଥିଲେ । ନିଶାରୁ ବହାରକୁ ଆସି ପୁସ୍ତକ ଲେଖିବା ପରେ ପୂଜା ଚର୍ଚ୍ଚାକୁ ଆସିଥିଲେ । ତେବେ ଏକ ସମୟରେ ସେ ଖୁବ ନିଶାଗ୍ରସ୍ତ ଥିଲେ । କେଉଁଭଳି ଭାବରେ ସେ ଏହା ମଧ୍ୟରୁ ବାହାରକୁ ଆସିଥିଲେ ସେ ଏହା ବିଷୟରେ ବର୍ଣ୍ଣନା କରିଛନ୍ତି ।

ପୂଜାଙ୍କ କହିବା ଅନୁସାରେ ସେ ପ୍ରଥମ ଥର ପାଇଁ ୨୩ ବର୍ଷରେ ସିଗାରେଟ ପିଇଥିଲେ । ୧୬ ବର୍ଷ ବୟସରେ ସେ ମଦ୍ୟପାନ କରିଥିଲେ । ଆଂଗ୍ଲୋ ଇତ୍ପିଆନ ହୋଇଥିବାରୁ ରବିବାର ଦିନ ଟେବୁଲରେ ୱାଇନ ଏବଂ ବିୟର ରହିବା ସାଧାରଣ କଥା ।ତେଣୁ ଏହାର ପ୍ରଭାବ ପୂଜାଙ୍କ ଉପରେ ପଡ଼ିଥିଲା ଏବଂ ସେ ନିଶାଗ୍ରସ୍ତ ହୋଇ ଯାଇଥିଲେ ।

୨୧ ଡିସେମ୍ବର ୨୦୧୬ରେ ତାଙ୍କ ବାପାଙ୍କ ତରଫରୁ ତାଙ୍କୁ ଏକ ମେସେଜ ଆସିଲା । ଦୁଇଜଣ ମେସେଜରେ ରାଜନୀତି ବିଷୟରେ କେତେକ କଥା ହେଲେ । ଏହାପରେ ତାଙ୍କ ବାପା ତାଙ୍କୁ ‘ଆଇ ଲଭ ୟୁ ବେଟା’ କହିଲେ ଏବଂ ପୂଜା ‘ଆଇ ଲଭ ୟୁ ଠୁ ବୋଲି କହିଥିଲେ । ଏହାଠାରୁ ଅଧିକ ଭଲପାଇବା ତାଙ୍କ ପାଇଁ ଆଉ କିଛି ନୁହେଁ ବୋଲି କହିବା ପରେ ତାଙ୍କ ବାପା ତାଙ୍କୁ କହିଥିଲେଯେ ଯଦି ତୁମେ ମୋତେ ଭଲପାଉଛ ତେବେ ନିଜକୁ ମଧ୍ୟ ଭଲପାଅ । କାରଣ ମୁଁ ତୁମ ଭିତରେ ରହିଛି ।

ତେବେ ଏହି କଥା ତାଙ୍କ ଜୀବନକୁ ପରିବର୍ତ୍ତନ କରି ଦେଇଥିଲା ଏବଂ ସେ ପ୍ରତିଜ୍ଞା କଲେ ଯେ ନିଜକୁ ପରିବର୍ତ୍ତନ କରିବେ ।
ଏହାପରେ ଦିନେ ଏକ ପାର୍ଟିରେ ସେ ଗୋଟିଏ ଗ୍ଲାସ ଡ୍ରିଙ୍କ କରିବାକୁ ଭାବିଲେ କିନ୍ତୁ ପୁଣିଥରେ ଚିନ୍ତା କଲେଯେ ଡ୍ରିଙ୍କ ତ ଶତ୍ରୁ ମାନଙ୍କ ସହିତ କରାଯାଏ । ତେଣୁ ସେହି ଦିନ ଠାରୁ ସେ ମଦ ପିଇବା ଛାଡ଼ିଦେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More