Only for Entertainment

୨ ବର୍ଷର ପୁଅକୁ ପିଠିରେ ବାନ୍ଧି ଲାଇଭ ଶୋ’ରେ ପାଣିପାଗର ସୂଚନା ଦେଲେ ଆଙ୍କର, ଭିଡିଓ ଭାଇରାଲ ।

ndtv
35

ନିଉଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଏରଡନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୩ ବର୍ଷର ବେବିଙ୍କୁ ଧରି ୟୁଏନ ଜର୍ନଲ ମିଟିଂରେ ପହଁଚିଥିଲେ । ସେଠାରେ ସେ ଛୁଆ ସହିତ ଖେଳୁଥିବାର ମଧ୍ୟ ନଦର ଆସିଥିଲେ । ନେଲ୍ସନ ମଣ୍ଡେଲା ସ୍ପିଚ ସମିତିରେ ମଧ୍ୟ ସେ ତାଙ୍କ ବେବିଙ୍କୁ ନେଇ ପହଁଚିଥିଲେ ଏବଂ ସ୍ପିଟ ମଧ୍ୟ ଦେଇଥିଲେ । ଯାହା ସମସ୍ତଙ୍କ ହୃଦୟକୁ ଜିତି ନେଇଥିଲେ । ତେବେ ଜାସିଣ୍ଡାଙ୍କ ପରେ ମିନିୟାପଲିସର ପାଣିପାଗ ବିଶେଷଜ୍ଞ ଏହି ପରି କିଛି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ପାଣିପାଗ ବିଭାଗ ବିଶେଷଜ୍ଞ ସୁରୀ ମାର୍ଟିନ ନିଜର ଦୁଇ ବର୍ଷର ଛୁଆକୁ ନେଇ ପାଣିପାଗ ବିଷୟରେ ସୂଚନା ଦେବା ପାଇଁ ପହଁଚିଥିଲେ । ସେ ଲାଇଭ ଟିଭିରେ ପୁଅ ସାହିତ ପାଣିପାଗ ବିଷୟରେ ସୂଚନା ଦେଇଥିଲେ । ଇଣ୍ଟରନ୍ୟାସନାଲ ବେବିୱେରିଂ ୱିକ ଅବସରରେ ସେ ଏହି ପଦକ୍ଷେପ ନେଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମାର୍ଟିନ ପାଣିପାଗର ସୂଚନା ଦେଉଥିବା ବେଳେ ତାଙ୍କ ପୁଅ ପିଠିରେ ବନ୍ଧା ହୋଇ ଶୋଇଛି । ମାର୍ଟିନଙ୍କୁ କମ୍ପାନୀ ସମର୍ଥନ କରିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଇଣ୍ଟରନ୍ୟାସନାଲ ବେବିୱେରିଂ ୱିକ ଅକ୍ଟୋବର ୧ରୁ ୭ ପର୍ଯ୍ୟନ୍ତ ପାଳନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More