Only for Entertainment

ଡିନରରେ ପ୍ରସ୍ତୁତ କରନ୍ତୁ ମେଥି ମଟର ପନିର ।ଘରେ ମିଳିବ ରେଷ୍ଟୁରାଂଟର ସ୍ୱାଦ ।

my friday food swings
39

ଭାବୁଛନ୍ତି କି କିଛି ହେଲଦୀ ରେସିପି ପ୍ରସ୍ତୁତ କରିବା ପାଇଁ । ନଚେତ ଆଜି ରେଷ୍ଟୁରାଂଟର ଖାଦ୍ୟ ଖାଇବାକୁ ଇଛା ଥିବ । ତେବେ ରେଷ୍ଟୁରାଂଟ ନ ଯାଇ ମଧ୍ୟ ଆପଣ ସେହିଭଳି ଡିସ ଘରେ ପ୍ରସ୍ତୁତ କରିପାରିବେ ।ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ମେଥି ମଟର ପନିର । ଯାହା ଆପଣଙ୍କୁ ଦେବ ରେଷ୍ଟୁରାଂଟର ସ୍ୱାଦ ।

ପ୍ରଥମେ ୮୦ ଗ୍ରାମ କାଜୁକୁ ୨୦୦ ମିଲି ଗରମ ଜଳରେ ଭିଜାଇ ୩୦ ମିନିଟ ରଖନ୍ତୁ ।ଏବେ ଏକ କଡ଼ାଇରେ ଶୁଖିଲା ଲଙ୍କା ଏବଂ ଧନିଆପତ୍ର ପକାଇ ଭାଜନ୍ତୁ । ଏହାକୁ ବାହାର କରି ଗୁଣ୍ଡ ପ୍ରସ୍ତୁତ କରନ୍ତୁ । କାଜୁକୁ ମଧ୍ୟ ପେଷ୍ଟ କରି ରଖନ୍ତୁ । ଏହାପରେ କଡ଼ାଇ ଗରମ କରି ତେଲ,ଡାଳଚିନି,ଗୁଜୁରାତି,ତେଜପତ୍ର ପକାନ୍ତୁ ।ଏବେ ଏଥିରେ ୨୧୦ ଗ୍ରାମ ପିଆଜ ପକାନ୍ତୁ ।ଏଥିରେ ଅଦା ରସୁଣ ବଟା,କଂଚା ଲଙ୍କା ଏବଂ ସାମାନ୍ୟ ଲଙ୍କା ଗୁଣ୍ଡ ପକାଇ ୫ ମିନିଟ ଭାଜନ୍ତୁ । ଥଣ୍ଡା କରି ପେଷ୍ଟ କରନ୍ତୁ ।ଏବେ କଡ଼ାଇ ଗରମ କରି ସେହି ପେଷ୍ଟ ପକାନ୍ତୁ ଏବଂ ସମାନ୍ୟ ତେଲ,ଜିରା ଗୁଣ୍ଡ,ଲୁଣ,ଲଙ୍କା ଗୁଣ୍ଡ,ହଳଦୀ ଏବଂ ଗରମ ମସଲା ପକାନ୍ତୁ । ପରେ ରଖିଥିବା ଧନିଆ ଗୁଣ୍ଡ ପକାନ୍ତୁ ।ସାମାନ୍ୟ କଷି ହେବା ପରେ କାଜୁ ପେଷ୍ଟ ପକାନ୍ତୁ ।୨ରୁ ୩ ମିନିଟ ଭାଜନ୍ତୁ ।ଏବେ ଏଥିରେ ୬୦ ଗ୍ରାମ ସବୁଜ ମେଥି ପତ୍ର ଏବଂ ସବୁଜ ମଟର ପକାନ୍ତୁ ।ଏହପାରେ ୩୫୦ ମିଲି ଦୁଗ୍ଧ ଢାଳି ଭଲ ଭାବରେ ଫୁଟାନ୍ତୁ ।୧୦୦ ମିଲି ଫ୍ରେଶ କ୍ରିମ ପକାନ୍ତୁ । ୩ରୁ ୫ ମିନିଟ ଛାଡ଼ନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମେଥି ମଟର ପନିର । ଏହାକୁ ଗରମ ଗରମ ରୁଟି ସହିତ ଖାଆନ୍ତୁ ଏବଂ ମଜା ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More