Only for Entertainment

#metoo: ତନୁଶ୍ରୀ ଏବଂ ପୂଜା ଭଟ୍ଟଙ୍କ ପରେ ଏବେ ଆଉ ଏକ ମହିଳା ଆସିଲେ ସାମ୍ନାକୁ , ନିର୍ଦ୍ଦେଶକ ବିକାଶ ବାହଲଙ୍କ ଉପରେ ଲଗାଇଲେ ଖରାପ କାର୍ଯ୍ୟ କରୁଥିବର ଆରୋପ !

31

ନାନା ପାଟେକରଙ୍କ ଉପରେ ତନୁଶ୍ରୀ ଲଗାଇଥିବା ଆରୋପ ପରେ ଏବେ ଅନେକ ରାଜ ଉପରୁ ପରଦା ଉଠିବାକୁ ଲାଗିଛି । ବଲିଉଡ ସୁନ୍ଦରୀ ମାନେ ଏବେ ନିଜ ସହ ହୋଇଥିବା ସମସ୍ତ ଘଟଣାକୁ ମୁହଁ ଖୋଲି କହିବା ଆରମ୍ଭ କରିଦେଲେଣି ।ନିକଟରେ ପୂଜା ଭଟ ମଧ୍ୟ ତାଙ୍କ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୁଲାସା କରିଥିଲେ । ଏହିଭଳି ଏକ ନୂଆ ମାମଲା ସାମ୍ନା କୁ ଆସିଛି । ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲଙ୍କ ଉପରେ ଫିଲ୍ମ ଟିମର ଜଣେ ମହିଳା ଖରାପ କାମ କରୁଥିବାର ଆରୋପ ଲଗାଇଛନ୍ତି ।

ଜଣେ ମହିଳା ଇଂରାଜୀ ନ୍ୟୁଜ ପୋର୍ଟଲ ହଫିଙ୍ଗଟନ ପୋଷ୍ଟରେ କଥା ହେବା ବେଳେ , ୫ମେ ୨୦୧୫ରେ ହୋଇଥିବା ଘଟଣାକୁ ମନେ ପକାଇ ବିକାଶ ବହଲ ତାଙ୍କ ସାମ୍ନାରେ ହସ୍ତମୈଥୁନ କରିଥିବା ଘଟଣା ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ମହିଳା ଜଣକର ଦୁର୍ଘଟଣା ହୋଇଥିବା କାରଣରୁ ସେ ଠିକ ଭାବେ ଚାଲିପାରୁନଥିଲେ । ଫଳରେ ବିକାଶ ତାଙ୍କୁ ଘରେ ଛାଡିବାକୁ ଜିଦ କରିଥିଲେ । ହଠାତ ସେ ବିଛଣାରୁ ଉଠି ଏଭଳି କାର୍ଯ୍ୟ କରିଥିଲେ । ଯାହା ଦେଖି ମହିଳା ଜଣକ ଭୟଭୀତ ହୋଇପଡିଥିଲେ ।

ଏହା ପରେ ଏହି ସମ୍ପର୍କରେ ମହିଳା ଜଣକ ଅନୁରାଗ କାଶ୍ୟପଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ମାତ୍ର ଏହି ଘଟଣାକୁ ସତ କରିବା ପାଇଁ ତାକୁ ୨ବର୍ଷ ଲାଗିଯାଇଥିଲା, ବିକାଶ ତାଙ୍କ ସହ ଏହି ଭଳି ଉତ୍ପୀଡ଼ନ ଲଗାତାର ଉତ୍ପୀଡନ କରି ଚାଲିଥିଲେ , ଯେ ପର୍ଯ୍ୟନ୍ତ ମହିଳା ଜଣକ କମ୍ପାନୀ ଛାଡି ନଥିଲେ ।

ପୋର୍ଟଲରେ ଥିବା ଏହି ବିଷୟରେ ଅନୁରାଗ ନିଜର କଥା ରଖି କହିଛନ୍ତି ଯେ ଯାହା ହେଲା ଭୂଲ ହେଲା, ଏବଂ ସେ ଏହି ମାମଲାକୁ ସଠିକ ଭାବେ ସମ୍ଭାଳି ନଥିଲେ । ସେ ଆଉ କାହାକୁ ଦୋଷ ନଦେଇ ନିଜେ ଦୋଷୀ ବୋଲି ମାନିଛନ୍ତି । ଏବେ ଏହି କଷ୍ଟରୁ ମହିଳା ଜଣକ ଓହରି ବୌଦ୍ଧ ଧର୍ମ ଅନୁସରଣ କରିଛନ୍ତି । ଏହାସହ ତାଙ୍କ ପରିବାର ଲୋକ ଏବଂ ବୟଫ୍ରେଣ୍ଡ ମଧ୍ୟ ତାଙ୍କୁ ସର୍ପୋଟ କରିଛନ୍ତି । ଏହାସହ ଅନୁରାଗ କଶ୍ୟପ ୭ବର୍ଷ ପୂର୍ବେ ବିକ୍ରମାଦିତ୍ୟ ମୋଟବାନୀ, ବିକାଶ ବହଲ ଏବଂ ମଧୁ ମଂଟେନାଙ୍କ ସହ ମିଶି ଆରମ୍ଭ କରିଥିବା ପ୍ରଡକ୍ସନ କମ୍ପାନୀ ଫ୍ୟାଂଟମ ମଧ୍ୟ ବନ୍ଦ କରିବାର ଘୋଷଣା ମଧ୍ୟ କରିଛନ୍ତି । ଏଠାରେ ଆମେ ଜଣାଇ ରଖୁଛୁ ଯେ ବିକାଶ ଏହି କମ୍ପାନୀରେ ତାଙ୍କ ପାର୍ଟନର ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More