Only for Entertainment

#MeToo : ନିଜ ବିଷୟରେ ଏହି କଥା ଶୁଣି ରାଗିଲେ ମୌନୀ ରୟ, ଟ୍ୱିଟ କରି ଦେଲେ ଜବାବ ।

Hindustan Times
56

କିଛି ଦିନ ହେବ ‘#ମି ଠୁ ଅଭିଯାନ’କୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ ଦିନକୁ ଦିନ ଏହା ସଶକ୍ତ ହେବାରେ ଲାଗିଛି । ଅନେକଙ୍କ ଅସଲ ମୁଖା ସାମ୍ନାକୁ ଆସିଥିବା ବେଳେ କିଛି ମହିଳା ଯୌନ ଶୋଷଣର ମିଥ୍ୟା ଆରୋପ ଲଗାଇଥିବା ମଧ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ ଜଣାଶୁଣା ଲେଖକ ଚେତନ ଭଗତ ନିର୍ଦ୍ଦୋଷ ଥିବାର ପ୍ରମାଣ ଦେଇଥିବା ବେଳେ ଏବେ ଫିଲ୍ମ ‘ଗୋଲ୍‌ଡ’ର ନିର୍ଦ୍ଦେଶିକା ରୀମା କାଗତୀ ନିର୍ଦ୍ଦୋଷ ବୋଲି କହିଛନ୍ତି ଅଭିନେତ୍ରୀ ମୌନୀ ରୟ । ଜଣେ ଟୁଇଟ୍‌ର ବ୍ୟବହାରକାରୀ ଫିଲ୍ମ ‘ଗୋଲ୍‌ଡ଼’ର ସୁଟିଂ ସେଟରେ ରୀମା ମୌନୀଙ୍କ ସହ ଦୁର୍ବ୍ୟବହାର କରିଥିବା କଥା ଲେଖି ଟୁଇଟ୍‌ କରିଥିଲେ । ଯାହାକୁ ଦେଖିବା ପରେ ମୌନୀ ରାଗିଯିବା ସହ ଏହା ସଂପୁର୍ଣ୍ଣ ମିଥ୍ୟା ବୋଲି କହିଥିଲେ ।

ସୂଚନା ମୁତାବକ, କିଛି ଦିନ ତଳେ ବଲିଉଡ୍‌ର ୧୧ଜଣ ମହିଳା ଫିଲ୍ମ ନିର୍ମାତା ଏକ ନିଷ୍ପତ୍ତି ନେଇଥିଲେ । ଯେଉଁ କଳାକାରମାନଙ୍କ ଉପରେ ଯୌନ ଶୋଷଣ ବା ଦୁର୍ବ୍ୟବହାରର ସଂପର୍କରେ ଲାଗିଥିବା ଆରୋପ ଯଦି ସତ ବୋଲି ପ୍ରମାଣ ହୁଏ, ‘ତେବେ ସେମାନଙ୍କ ସହ କାମ କରିବୁ ନାହିଁ,’ ବୋଲି ଇନ୍‌ଷ୍ଟାରେ ଏକ ନୋଟ୍‌ ଲେଖି ସେଥିରେ ଏହି ୧୧ଜଣ ମହିଳା ଫିଲ୍ମ ନିର୍ମାତା ସ୍ୱାକ୍ଷର କରିଥିଲେ । ୧୧ଜଣଙ୍କ ମଧ୍ୟରେ ରୀମା କାଗତୀଙ୍କ ନାମ ମଧ୍ୟ ରହିଥିଲା । ଯାହାକୁ ଦେଖିବା ପରେ ଜଣେ ଟୁଇଟର ବ୍ୟବହାରକାରୀ ନିଜର ଏହି ପ୍ରତିକ୍ରିୟା ରଖିଥିଲେ ।


ଯିଏ ଫିଲ୍ମ ‘ଗୋଲ୍‌ଡ଼’ରେ ଅଭିନେତ୍ରୀ ମୌନୀଙ୍କ ସହ ବାରମ୍ବାର ଦୁର୍ବ୍ୟବହାର କରିଛନ୍ତି; ସେ ଏପରି କହିବା ଶୋଭା ପାଉ ନାହିଁ । ବନ୍ଦ କର ଏ ନାଟକ ବୋଲି ଲେଖିଥିଲେ । ଏଭଳି ଟୁଇଟ୍‌ ଦେଖିବା ପରେ ମୌନୀ ରାଗିଯିବା ସହ ତାଙ୍କ ସହ ଏପରି କିଛି ଘଟି ନଥିଲା ବୋଲି ଜଣାଇଥିଲେ । ମୋ ସହ କେହି ବି ଦୁର୍ବ୍ୟବହାର କରି ନଥିଲେ । ନା ନିର୍ଦ୍ଦେଶିକା ନା ଅନ୍ୟ କେହି । ଫିଲ୍ମର କୌଣସି ସଦସ୍ୟ ମୋ ସହ ଦୁର୍ବ୍ୟବହାର କରି ନାହାନ୍ତି । ମୋର ଆଶା ମୋର ଏହି ଟୁଇଟ୍‌ ପରେ ହେଉଥିବା ମିଥ୍ୟା ପ୍ରଚାର ବନ୍ଦ ହୋଇଯିବ ବୋଲି ମୌନୀ ନିଜ ଟୁଇଟରେ ଲେଖିଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More