Only for Entertainment

କୋର୍ଟରେ #ମିଠୁ ଅଭିଯୋଗ ପାଇଁ ଆଲୋକନାଥଙ୍କୁ ମିଳିଲା ନାହିଁ ଜାମିନ୍ !

22

ମି-ଠୁ ମାମଲାରେ କୋର୍ଟରେ ହାଜର ନହେବାରୁ ଆଲୋକ ନାଥଙ୍କ ଉପରେ ଖପ୍ପା ହେଲେ ମୁମ୍ବାଇର ନ୍ୟାୟାଳୟ । ଏହି ମାମଲାରେ ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିବା ସହ ନ୍ୟାୟାଳୟ ପରବର୍ତୀ ଶୁଣାଣି ଅକ୍ଟୋବର ୨୫କୁ ଧାର୍ଯ୍ୟ କରିଛନ୍ତି ଓ ଶୁଣାଣି ବେଳେ ଆଲୋକ ନାଥ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଲେଖିକା ତଥା ପ୍ରଯୋଜିକା ବିନୀତା ନନ୍ଦା ଆଲୋକ ନାଥ ତାଙ୍କ ସହ ୧୯ ବର୍ଷ ତଳେ ଅସଦାଚରଣ ଉଦ୍ୟମକରିଥିବା ସୋସିଆଲ ମିଡ଼ିଆରେ ଅଭିଯୋଗ ଆଣିଥିଲେ । ଏହାପରେ ସେ ମୁମ୍ବାଇ ଓଶିଆରା ଥାନାରେ ବିଧିବଦ୍ଧ ମାମଲା ରୁଜୁ କରିଥିଲେ । ତାରା ସିରିଏଲର ସୁଟିଂ ବେଳେ ଏହି ଘଟଣା ଘଟିଥିବା ବିନୀତା କହିଥିଲେ । ଅନ୍ୟପଟେ ଏହି ଅଭିଯୋଗକୁ ଆଧାରହୀନ କହି ମାନହାନି କେସ୍ ରୁଜୁ କହିଥିଲେ ଆଲୋକନାଥ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More