Only for Entertainment

ତନୁଶ୍ରୀ ଲଗାଇଥିବା ସମସ୍ତ ଆରୋପ ଆଧାରହୀନ ଓ ମିଛ ବୋଲି କହିଲେ ନାନା !

26

ମିଠୁ ମାମଲାରେ ସିନ୍ଟାକୁ ଜବାବ୍ ଦେଲେ ନାନା ପାଟେକର୍ । ତନୁଶ୍ରୀ ଲଗାଇଥିବା ସମସ୍ତ ଆରୋପ ଆଧାରହୀନ ଓ ମିଛ ବୋଲି ସିନେ ଏବଂ ଟେଲିଭିଜନ କଳାକାର ସଂଘ ସିନ୍ଟାକୁ ବିଧିବଦ୍ଧ ଭାବେ ନାନା ଜଣାଇଛନ୍ତି । ଏଥିପାଇଁ ତନୁଶ୍ରୀଙ୍କ ବିରୁଦ୍ଧରେ ନାନା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ମହାରାଷ୍ଟ ନବନିର୍ମାଣ ସଙ୍ଗଠନ ମୁଖିଆ ରାଜ ଠାକରେ କହିଛନ୍ତି, ନାନା ପାଟେକର  ଅଭଦ୍ର ଏବଂ ରୁକ୍ଷ ହୋଇପାରନ୍ତି କିନ୍ତୁ ମହିଳାଙ୍କ ସହ ଏଭଳି ବ୍ୟବହାର କରୁଥିବେ ବିଶ୍ୱାସଯୋଗ୍ୟ ନୁହେଁ ।

୨୦୦୮ ମସିହାରେ ଏକ ଫିଲ୍ମର ସୁଟିଂ ବେଳେ ନାନା ଅସଦାଚରଣ ଉଦ୍ୟମ କରିବାକୁ ଚେଷ୍ଟାକରିଥିବା ତନୂଶ୍ରୀ ଅଭିଯୋଗ କରିଥିଲେ । ଏହାପରେ ଗୋଟିକପରେ ଆଉ ଗୋଟିଏ ଅସଦାଚରଣ ମାମଲା ସାମ୍ନାକୁ ଆସିଥିଲା । ଏପରିକି ଅନେକ ପରିଚିତ ସିନେ ବ୍ୟକ୍ତିତ୍ୱଙ୍କ ନାଁ ଏହି କ୍ରମରେ ମି ଠୁ ବିବାଦ ସହ ଯୋଡ଼ି ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More