#MeToo: ମିଳୁଛି ସ୍ୱର ଉଠାଇବାର ଦଣ୍ଡ, ଏହି ସିଙ୍ଗରଙ୍କୁ ୫ ମାସରୁ ମିଳୁନି କୌଣସି କାମ
ମି ଠୁ କ୍ୟାମ୍ପେନ ଜରିଆରେ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ଚିନ୍ମୟୀ ଶ୍ରୀପଦା, କବି, ଗୀତିକାର ଏବଂ ଲେଖକ ବୈରାମୁଥୁଙ୍କ ଉପରେ ଗମ୍ଭୀର ଆରୋପ ଲଗାଇ ଥିଲେ । ସେକ୍ସୁଆଲ ହାରାସମେଣ୍ଟକୁ ନେଇ ସ୍ୱର ଉଠାଇବା ପାଇଁ ଏବେ ସିଙ୍ଗରକୁ ବଡ ଦଣ୍ଡ ଭୋଗିବାକୁ ପଡୁଛି । ତାଙ୍କୁ ଗତ ୫ମାସ ହେବ କୌଣ ସି କାମ ମିଳୁନାହିଁ । ଚିନ୍ମୟୀ , ବୈରାମୁଥୁଙ୍କ ବ୍ୟତିତ ଡବିଙ୍ଗ ୟୁନିୟନ ଅଧ୍ୟକ୍ଷ ରାଧା ରବିଙ୍କୁ ମଧ୍ୟ କାଠ କଡାରେ ଠିଆ କରିଦେଇ ଥିଲେ । ବୈରାମୁଥୁଙ୍କ ନାମରେ ଏହି ସିଙ୍ଗର ଅଭିଯୋଗ ଦାଖଲ କରିଥିଲେ । ଏହାର ସୂଚନା ସେ ଟ୍ୱିଟ କରି ଦେଇଥିଲେ ।
୨୮ ଫେବୃଆରୀରେ ଚିନ୍ମୟୀ ଟ୍ୱିଟ କରି ଲେଖିଥିଲେ, ମୁଁ ବୈରାମୁଥୁଙ୍କ ନାମରେ ରାଷ୍ଟ୍ରୀୟ ମହିଳା ପରିଷଦରେ ଅଭିଯୋଗ ଦାଖଲ କରିଛି । ଏବେ ମୋ ପାଖରେ କେବଳ ଏକମାତ୍ର ଏହି କାନୁନ ମାର୍ଗ ରହିଛି । ଆଶା କରୁଛି ଘଉଡ ଅଗବଦ୍ଭରଳବଶବଦ୍ଭୟଷସଭହକ୍ଟ୍ର ମୋ ଅଭିଯୋଗକୁ ଶେଷ ପର୍ଯ୍ୟା ୟକୁ ନେବେ । କହି ରଖୁଛୁ ଯେ, ବୈରାମୁଥୁଙ୍କ ନାମ ରେ ମି ଠୁ ମୁଭମଣ୍ଟେ ଜରିଆରେ ୮ ଜଣ ମହିଳା ଆରୋପ ଲଗାଇ ଥିଲେ ।
I have registered a formal complaint against Mr. Vairamuthu with the National Council for Women. As of now this is the only legal route that I have.
I am looking forward to the NCW @Manekagandhibjp in helping me take this complaint to a logical conclusion.@PMOIndia— Chinmayi Sripaada (@Chinmayi) February 28, 2019
ସେ ଆଉ ଏକ ଟ୍ୱିଟ କରି କହିଛନ୍ତି, ବୈରାମୁଥୁ ଏବଂ ରାଧା ରବିଙ୍କ ନାମରେ ଅଭିଯୋଗ ଆଣିବା ପରେ ତାଙ୍କୁ କାମ ମିଳୁନାହିଁ । ଏହା ସହିତ ସେ ଲେଖିଥିଲେ ମୁଁ ଅନେକ ଥର ଭିଶାଲ ଅଫିସିଆଲକୁ ଲେଟର ଲେଖିଛି ଏହା ପରେ ମଧ୍ୟ କାଉଂସିଲ ଡବିଙ୍ଗ ୟୁନିୟନ କାମରେ ହସ୍ତକ୍ଷେପ କରିପାରୁନହାଁନ୍ତି ।
In the meanwhile the Ban on my work in the Tamilnadu film industry continues. I had sent in a letter to Sri @VishalKOfficial several months ago. Despite his best intentions for which I am grateful, the Council apparently cannot intervene in the workings of the dubbing union.
— Chinmayi Sripaada (@Chinmayi) February 28, 2019
କହିରଖୁଛୁ ଯେ, ଚିନ୍ମୟୀ ଆରୋପ ଲଗାଇଥିଲେ ଯେ, ସ୍ୱଜରଲ୍ୟାଣ୍ଡରେ ପର୍ଫମ କରିବା ପାଇଁ ଯାଇଥିବା ବେଳେ ମୋ ମା’ ଏବଂ ମୋତେ ରହିବା ପାଇଁ କହିଥିଲେ । ଆୟୋଜକ ମୋତେ ବୈରାମୁଥୁ ସାରଙ୍କ ହୋଟେଲକୁ ଯିବା ପାଇଁ କହିଥିଲେ । ମୁଁ କାରଣ ପଚାରିବାରୁ ସେ କହିଥିଲେ ସହେଯାଗ । ମୁଁ ମନା କରିଦେଇଥିଲି । ସେମାନେ ମୋତେ ଭାରତ ଫେରିବା ପାଇଁ କହିଥିଲେ । ଏହା ସହତ ତୁମର କ୍ୟାରିୟର ନାହିଁ ବୋଲି କହିଥିଲେ ।