Only for Entertainment

ଦୀର୍ଘ ୨୦ବର୍ଷ ପରେ ସରଭାଇକାଲ କ୍ୟାନସର ଏବଂ ହ୍ୟୁମାନ ପାପିଲୋମା ଭାଇରସ ରୋଗର ନିରାକରଣ ପାଇଁ ମିଳିଲା ଉପାୟ, ଶତ ପ୍ରତିଶତ ଏହି ରୋଗରୁ ଏଣିକି ମିଳିବ ମୁକ୍ତି !

27

କିଛି ଦିନ କ୍ୟାନସର ଯେପରି ସାଧାରଣ ରୋଗ ପାଲଟିଗଲାଣି । ପ୍ରତି ଘରେ ଘରେ କ୍ୟାନସର ରୋଗୀଙ୍କ ଦେଖିବାକୁ ମିଳୁଛି । ତେବେ ଏହି କ୍ୟାନସର ରୋଗର ଭିନ୍ନ ଭିନ୍ନ ରୁପ ରହିଛି । ଯାହା ମଣିଷଙ୍କ ଜୀବନକୁ ମୃତ୍ୟୁମୁଖର ସାମ୍ନା କରିବାକୁ ବାଧ୍ୟ କରୁଛି । କେତେବେଳେ ଗଳା ରୋଗରୁ କ୍ୟାନସର ତ କେବେ ପେଟ, ଛାତି ଏବଂ ମୁଣ୍ଡ । କିଛି ଲୋକ ତ ଏ ସମ୍ପର୍କରେ ଜାଣିବା ପୂର୍ବରୁ ମୃତ୍ୟୂବରଣ କରୁଛନ୍ତି । ସେହିଭଳି ଏକ କ୍ୟାନସର ହେଉଛି ସରଭାଇକାଲ କ୍ୟାନସର । ଏହି ରୋଗ ଯୌନାଙ୍ଗରୁ ହିଁ ଇନଫେକ୍ସନ ହୋଇ ହୋଇଥାଏ । ଅସଲରେ ଆଗରୁ ମହିଳାମାନେ ସାନୀଟାରି ପ୍ୟାଡ ବ୍ୟବହାର କରିବା ପରିବର୍ତ୍ତେ କପଡା ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଥିଲେ । ଯାହା ଧୀରେ ଧୀରେ ଏଭଳି ରୋଗରେ ପରିଣତ ହୋଇଛି । ମାତ୍ର ଏବେ ଏହି ରୋଗରୁ ୧୦୦ପ୍ରତିଶତ ମୁକ୍ତି ମିଳି ପାରିବ, ଯାହା ଜଣେ ମେକ୍ସିକୋ ଡାକ୍ତର ଅଧ୍ୟୟନରୁ ଜଣାଇଛନ୍ତି । ଦୀର୍ଘ ୨୦ବର୍ଷ ପରେ ଏବେ ଏହି ରୋଗରୁ ବ୍ୟକ୍ତି ମୁକ୍ତି ପାଇପାରିବେ ।

ସେହିଭଳ ହ୍ୟୁମାନ ପାପିଲୋମା ଭାଇରସି ((or HPV)) ରୁ ଏବେ ମଧ୍ୟ ରୋଗମୁକ୍ତ ହେବା ୧୦୦ପ୍ରତିଶତ ସମ୍ଭବ । ଏହି ଭାଇରସରୁ ହିଁ ପ୍ରାୟତଃ ୧୦୦ଜଣରୁ ୧୪ଜଣଙ୍କୁ ଏହି ରୋଗ ହୋଇଥାଏ । ଯେଉଁ କାରଣରୁ ଅନେକ ମହିଳାଙ୍କର ମୃତ୍ୟୂ ଘଟିଥାଏ । ମାତ୍ର ୨୦ବର୍ଷର ଅପେକ୍ଷାର ସମାପ୍ତି ଘଟିଛି । ଡ. ରାମୋନ ଗାଲେଗୋସ ଏବଂ ତାଙ୍କଚ ଟିମ ମେକ୍ସିକୋ ନ୍ୟାସନାଲ ସ୍କୁଲ ଅଫ ବାୟୋଲଜିକାଲ ସାଇନ୍ସ ଅଫ ଦ ନ୍ୟାସନାଲ ପଲିଟେକନିକ ଇନଷ୍ଟିଚ୍ୟୁଟ ଏହି ରୋଗର ୧୦୦ପ୍ରତିଶତ ନିରାକରଣ ଖୋଜି ପାଇଛନ୍ତି ।

ଗବେଷଣା ମୁତାବକ ଫଟୋ ଡାଇନାମିକ ଥେରାପି ଦୃତ ଗତିରେ ଏହି HPV ଭାଇରସ ସହ ଲଢିବ ଏବଂ ୧୦୦ପ୍ରତିଶତ ସରଭାଇକାଲ କ୍ୟାନସରରୁ ମୁକ୍ତି ଦେବ । ଏହି ଚିକିତ୍ସା ପାଇଁ ବାହାରିଥିବା ନିରାକରଣର ଶରୀର ପ୍ରତି କୌଣସି ବିପଦ ଆଣିଦେବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More