Only for Entertainment

ଯୌନ ଶୋଷଣ ଅଭିଯୋଗରେ ମିକା ସିଂଙ୍କୁ ଅଟକ ରଖିଲା ଦୁବାଇ ପୋଲିସ ।

Ani
28

ଗାୟକ ମିକା ସିଂଙ୍କୁ ଦୁବାଇରେ ପୋଲିସ ଅଟକ ରଖିଛି । ମିକାଙ୍କ ଉପରେ ୧୭ ବର୍ଷୀୟ ଜଣେ ବ୍ରାଜିଲିୟାନ ମଡେଲ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । କଥିତ ପିଡ଼ିତା ବୃତ୍ତିରେ ଜଣେ ମଡେଲ ।

ମିକା ସିଂଙ୍କୁ ବୁଧବାର ରାତି ୩ଟାରେ ପୋଲିସ ଗିରଫ କରିଛି ।ଯୁବତୀ ମିକାଙ୍କ ଉପରେ ଆରୋପ ଲଗାଇଛନ୍ତିଯେ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ । ମିକା ତାଙ୍କ ସିଙ୍ଗିଙ୍ଗ ପର୍ଫମାନ୍ସ ପାଇଁ ଦୁବାଇ ଯାଇଥିଲେ ।ତେଣୁ ଦୁବାଇ ପୋଲିସ ପଚରାଉଚରା ପାଇଁ ମିକା ସିଂଙ୍କୁ ନେଇଛି । ମିକାଙ୍କ ସାଙ୍ଗୁ ତାଙ୍କୁ ଜାମିନରେ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ମାସ ମାର୍ଚ୍ଚରେ ପଂଜାବ ପଟିୟାଲା କୋର୍ଟ ମିକା ସିଂଙ୍କ ଭାଇ ଦଲେର ମେହେନ୍ଦୀଙ୍କୁ ହ୍ୟୁମାନ ଟ୍ରାଫିକିଙ୍ଗ ମାମଲାରେ ଦୋଷୀ ବୋଲି ଘୋଷଣା କରିଥିଲା ।ମେହନ୍ଦୀକୁ ୨ ବର୍ଷର ଜେଲ ଦଣ୍ଡ ଦିଆଯାଇଛି ।ଦଣ୍ଡ ଘୋଷଣା ପରେ ତାଙ୍କୁ ଜେଲକୁ ନିଆଯାଇଥିଲା,କିନ୍ତୁ ଖୁବ କମ ସମୟ ପରେ ସେ ବେଲରେ ଆସିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More