ଏହି କାରଣରୁ ସାରା ଜୀବନ କେବେ ମଧ୍ୟ ସୋନମଙ୍କ ରିସେପସନକୁ ଭୁଲି ପାରିବେନି ମିକା ସିଂ ।
ସୋନମ କପୁରଙ୍କ ରିସେପସନରେ ଗୀତ ଗାଇ ମାହୋଲକୁ ଅଧିକ ଖାସ କରିଥିବା ମିକା ସିଂଙ୍କ କହିବା ଅନୁସାରେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ଭଳି ଦୁଇ ସୁପରଷ୍ଟାରଙ୍କୁ ଏକା ସାଙ୍ଗରେ ମଂଚରେ ଦେଖିବା ନିହାତି ଭାବରେ ଆଶ୍ଚର୍ଯ୍ୟର କଥା । ଏକ ମିଡିଆକୁ ଇଂଟରଭ୍ୟୁ ଦେଉଥିବା ସମୟରେ ମିକା କହିଛନ୍ତିଯେ ସାରା ଜୀବନ ସେ ଏହି ରିସେପସନକୁ କେବେ ମଧ୍ୟ ଭୁଲି ପାରିବେନି । କାରଣ ଏହା ତାଙ୍କ ପାଇଁ ଏକ ବଡ଼ ଦିନ ଥିଲା ।
ମିକା ଏହା ମଧ୍ୟ କହିଛନ୍ତିଯେ ସେ ମଂଚରେ ଗୀତ ଗାଉଥିବା ସମୟରେ ଶାହାରୁଖ ଏବଂ ସଲମାନ ମଂଚ ଉପରକୁ ଆସିଲେ ଏବଂ ନିଜ ନିଜ ସ୍ତରକୁ ନେଇ ଗୀତ ଗାଇଲେ ଧୁମ ମଚାଇଲେ । ତାଙ୍କ ସହିତ ବରୁଣ,ଅର୍ଜୁନ ସିଂ ଏବଂ ରଣବୀର କପୁର ଯୋଗ ଦେଲେ ।
ସଲମାନଙ୍କ ବିଷୟରେ ସେ କହିଲେଯେ ଗୀତ ଗାଇବା ସମୟରେ ସେ ଖୁବ କ୍ୟୁଟ ଲାଗୁଥିଲେ । ତେବେ ସଲମାନଙ୍କ ବିବାହ ବିଷୟରେ ପଚାରିବାରୁ ସେ କହିଲେଯେ ପୂର୍ବରୁ ରାଜାମାନଙ୍କର ଖୁବ ପ୍ରେମିକା ଥିଲେ,ତେଣୁ ବୋଧହୁଏ ସଲମାନ ମଧ୍ୟ ସେମିତି ।