Only for Entertainment

ବିବାହ ବାର୍ଷିକ ମଉକାରେ ମିଲିନ୍ଦ ସୋମନ ଶେୟାର କଲେ ରୋମାଂଟିକ ଭିଡିଓ !

36

ଫିଟନେସ ଫ୍ରିକ ଅଭିନେତା ମିଲିନ୍ଦ ସୋମନ ଏବଂ ଅଙ୍କିିତା କୋମ୍ବରଙ୍କ ବିବାହକୁ ବର୍ଷେ ପୂରିଛି । ମିଲିନ୍ଦ ପୂର୍ବ ବର୍ଷ ୨୨ଅପ୍ରେଲରେ ମହାରାଷ୍ଟ୍ର ସ୍ଥିତ ଅଲିବାଗରେ ନିଜ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ବିବାହ କରିଥିଲେ । ନିଜ ବିବାହ ବାର୍ଷିକ ଖାସ ମଉକାରେ ଏହି ଯୋଡି ଇନଷ୍ଟା ଅକାଉଂଟରେ ବିବାହର ଅନସିନ ଭିଡିଓ ଶେୟାର କରିଛନ୍ତି । ଏହାସହ ରୋମାଂଟିକ ପୋଷ୍ଟ କରି ଉଭୟ ଉଭୟଙ୍କୁ ବିବାହ ବାର୍ଷିକ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ବିବାହ ରୀତିନୀତି ଭିଡିଓ ଶେୟାର କରି ମିଲିନ୍ଦ ଲେଖିଛନ୍ତି – ପୁର୍ବ ବର୍ଷ ଖୁବ ସୁନ୍ଦର ଥିଲା ମାତ୍ର ତୁମ ଭଳି ସୁନ୍ଦର ନୁହେଁ , ଖୁସି ରୁହ ଅଙ୍କିତା । ସେହିଭଳି ଅଙ୍କିତା ନିଜ ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଲେଖିଛନ୍ତି – ପୂର୍ବ ବର୍ଷ ଖୁବ ଖୁସିରେ ବିତିଲା । ଏକ ଏଭଳି ସାଥୀ, ଯାହାକୁ ସବୁବେଳେ ସ୍ୱପ୍ନରେ ଦେଖିଛି । ତୁମ ଅବସ୍ଥିତି ମୋ ସଂସାରକୁ ଆହୁରୀ ସୁନ୍ଦର ବନାଉଛି ଏବଂ ସବୁଦିନ ମୋର ଭଲ କଟୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More